ତପ୍ତପାଣି ଘାଟିରେ ଦୁର୍ଘଟଣା

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ) :-ଦିଗପହଣ୍ଡି-ରାୟଗଡା ୩୨୬ ନଂ ରାଜ୍ୟ ରାଜପଥ ପାଟପୁର ଥାନା ତପ୍ତପାଣି ଘାଟି ମୃଗ ବିହାର ନିକଟରେ ଗୁରୁବାର ଟ୍ରକ ଧକ୍କା ରେ ମୋଟର ସାଇକେଲ ଚାଳକ ମୃତ ହୋଇଛି ଥିବା ବେଳେ ଜଣେ ଗୁରୁତର ଆହତ ହୋଇଥିଲେ l ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଅଲାପୁଙ୍କା ଗ୍ରାମର ଦିବାକର ରଇତ , ଗୁରୁତର ଜଣଙ୍କ ହେଲେ ପାଟପୁର ଥାନା କାଳୀବୋରେଇ ଗ୍ରାମର ସଞ୍ଜୀବ ଶବର l ଏହି ମାମଲାରେ ପାଟପୁର ପୋଲିସ ଦୁର୍ଘଟଣା ଘଟାଇଥିବା ଗାଡି ଚାଳକକୁ ଶନିବାର ଗିରଫ କରି କୋର୍ଟ ଚାଲାଣ କରିଛି l ଗିରଫ ଜଣଙ୍କ ହେଲେ ରାୟଗଡା ଜିଲ୍ଲା ରାୟଗଡା ଥାନା ଜେ.କେ ପୁର ଗ୍ରାମର ନରେଶ କୁମାର ନାୟକ l ବ୍ରହ୍ମପୁର ରୁ ମୋହନା ଅଭିମୁଖେ ଯାଉଥିବା ଏକ କୋଇଲା ବୋଝେଇ ଟ୍ରକ ପାଟପୁର ଥାନା ତପ୍ତପାଣି ଘାଟି ମୃଗ ବିହାର ନିକଟରେ ଗାଡି ର ଡ୍ରାଇଭର ର ବେପାରୁଆ ଗାଡି ଚାଳନା ଯୋଗୁଁ ଗାଡି ଟି ପଛକୁ ଯାଇ ପଛରେ ଆସୁଥିବା ଗୋଟାଏ ମୋଟର ସାଇକେଲ କୁ ଧକ୍କା ଦେଇଥିଲା l ଘଟଣା ସ୍ଥଳରେ ମୋଟର ସାଇକେଲ ଚାଳକ ଦିବାକର ରଇତ ର ମୃତ ହୋଇଯାଇଥିବା ବେଳେ ସଞ୍ଜୀବ ଗୁରୁତର ହୋଇଥିଲେ l ଦୁର୍ଘଟଣାଗ୍ରସ୍ତ ମୋଟର ସାଇକେଲ ଓ ଟ୍ରକ କୁ ଜବତ କରିଥିବା ବେଳେ ଗାଡ଼ି ଚାଳକ ଗିରଫ କରିଥିଲା ପୋଲିସ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ