ସାହାରା ଇଣ୍ଡିଆ କାର୍ଯ୍ୟକର୍ତ୍ତା ଓ କର୍ମକର୍ତାମାନଙ୍କ ପକ୍ଷରୁ ସ୍ମାରକ ପତ୍ର ପ୍ରଦାନ   

ଛତ୍ରପୁର, (ଦେବଦତ୍ତ ମହାରଣା) :-ଜନସାଧାରଣ ଙ୍କ ଜମାଧନ ଗୁଡିକ ତୁରନ୍ତ ଫେରସ୍ତ କରିବା ଉଦ୍ଦେଶ୍ୟ ଛତ୍ରପୁର ସାହାରା ଇଣ୍ଡିଆ ଶାଖା ର କାର୍ଯ୍ୟକର୍ତ୍ତା ଓ କର୍ମକର୍ତ୍ତା ମାନେ ଛତ୍ରପୁର ଗ୍ରସ୍ତ ରେ ଆସିଥିବା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଙ୍କୁ ସ୍ଥାନୀୟ ସର୍କିଟ ହାଉସ ପରିସର ରେ ଭେଟି ଏକ ଲିଖିତ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି l ସାହାରା ଇଣ୍ଡିଆ ରେ ଦୀର୍ଘ ଦିନ ଧରି ଜନସାଧାରଣଙ୍କ ଜମାଧନ ମେଚୁରିଟି ହେବା ସତ୍ୱେ ସେମାନେ ସେମାନଙ୍କ ପ୍ରାପ୍ୟ ଏପର୍ଯ୍ୟନ୍ତ ପାଇପାରୁନାହାନ୍ତି l ଯାହାଫଳରେ କ୍ଷେତ୍ରୀୟ କାର୍ଯ୍ୟ କର୍ତା ଜନସାଧାରଣଙ୍କ ଅସନ୍ତୋଷ ର ଶିକାର ହେଉଛନ୍ତି l ଏହି ସବୁ ସମସ୍ୟା ର ମୂଳ କାରଣ ହେଉଛି ସାହାରା ସେବୀ ମଧ୍ୟରେ ଅତୁଟ ବିବାଦ l ଏଣୁ ସାହାରା ଇଣ୍ଡିଆ ର କାର୍ଯ୍ୟକର୍ତ୍ତା ଓ କର୍ମକର୍ତ୍ତା ସେମାନଙ୍କ ପରିଶ୍ରମିକ ପ୍ରାପ୍ୟ ଦରମା ତଥା କମିଶନ ଦୀର୍ଘ ଦିନରୁ ପାଇପାରୁନାହାନ୍ତି l କେନ୍ଦ୍ର ସରକାର ଏହି ବିବାଦ ରେ ହସ୍ତକ୍ଷେପ କରି ସାହାରା ସେବୀ ବିବାଦ ତୁଟାଇଲେ କୋଟି କୋଟି ଜନସାଧାରଣ ଉପକୃତ ହେବାସହ କାର୍ଯ୍ୟ କର୍ତ୍ତା ଓ କର୍ମକର୍ତ୍ତା ମଧ୍ୟ ଉପକୃତ ହେବା ଉଦ୍ଦେଶ୍ୟ ରେ ଏହି ସ୍ମାରକ ପତ୍ର ପ୍ରଦାନ କରାଯାଇଛି l ଏହି ସ୍ମାରକ ପତ୍ର ପ୍ରଦାନ ବେଳେ ଶାଖା ପରିଚାଳକ ସୁଶୀଲ ଦାସ, ସନ୍ତୋଷ କୁମାର ପଟ୍ଟନାୟକ, ପ୍ରମୋଦ କୁମାର ପଟ୍ଟନାୟକ, କୃଷ୍ଣ ଚନ୍ଦ୍ର ସାହୁ, ସାହେବ ପାତ୍ର, ବି. ଜଗଦୀଶ ରାଓ, ସୁକାନ୍ତ କୁମାର ସାହୁ, ଦୀନବନ୍ଧୁ ସାହୁ, ଡି . କାମେଶ୍ୱର ରାଓ, ଦଣ୍ଡପାଣି ସାହୁ, ସିମାଞ୍ଚଳ ସାହୁ ଓ ଏନ ଗଙ୍ଗାଧର ରେଡ୍ଡୀ ଙ୍କ ସମେତବହୁ କର୍ମ କର୍ତ୍ତା ଓ କାର୍ଯ୍ୟକର୍ତ୍ତା ମାନେ ଉପ ସ୍ଥିତ ଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ