ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦ୍ଦେଶକଙ୍କ ଗଞ୍ଜାମ ଜିଲ୍ଲା ଗସ୍ତ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ) :-ଆଜି ପୂର୍ବାହ୍ନରେ ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦ୍ଦେଶକ ଇନ୍ଦ୍ରମଣୀ ତ୍ରିପାଠୀ, ଭା.ପ୍ର.ସେ. ଗଞ୍ଜାମ ଜିଲ୍ଲା ଦିନିକିଆ ଗସ୍ତରେ ଆସି ବ୍ରହ୍ମପୁରସ୍ଥ ଦକ୍ଷିଣାଞ୍ଚଳ  ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ  । ଏହି ଅବସରରେ ବ୍ରହ୍ମପୁର ଏବଂ ଛତ୍ରପୁର ସ୍ଥିତ  ସୂଚନ  କେନ୍ଦ୍ର ଓ ପାଠାଗାର  ପରିଦର୍ଶନ କରି ପାଠକ ମାନଙ୍କ ସହିତ ଆଲୋଚନା କରିଥିଲେ  । ପାଠାଗାରରେ ଉପଲବ୍ଧ ଥିବା ସୁବିଧା ସମ୍ପର୍କରେ ପାଠକ ମାନଙ୍କର ମତାମତ ଜାଣିବାକୁ ଚାହିଁଥିଲେ  ଏବଂ   ପାଠାଗାରର ଅଭିବୃଦ୍ଧି ଦିଗରେ କେଉଁ ସବୁ ପଦକ୍ଷେପମାନ ଗ୍ରହଣ କରାଗଲେ ପାଠକ ମାନେ ଅଧିକ ଉପକୃତ ହୋଇପାରିବେ ସେ ବିଷୟ ନେଇ ସବିଶେଷ ଆଲୋଚନା କରିଥିଲେ  । ଉଭୟ କାର୍ଯ୍ୟାଳୟର କ୍ଷେତ୍ର ପ୍ରଚାର କାର୍ଯ୍ୟକ୍ରମ ସମ୍ପର୍କରେ ସମୀକ୍ଷା କରିଥିଲେ  । କାର୍ଯ୍ୟାଳୟର ରେକର୍ଡ ତନଖି କରିବା ସହ କ୍ୟାଶ୍ ଓ ଅନ୍ୟାନ୍ୟ ରେକର୍ଡ ଯାଂଚ୍ କରିଥିଲେ  । ସୂଚନା ଓ ଲୋକସମ୍ପର୍କ ବିଭାଗର ଦକ୍ଷିଣାଞ୍ଚଳ କାର୍ଯ୍ୟାଳୟ ଏବଂ ଜିଲ୍ଲା କାର୍ଯ୍ୟାଳୟକୁ ଅଧିକ ସଶକ୍ତିକରଣ କରିବା ନେଇ ଦକ୍ଷିଣାଞ୍ଚଳ ଉପନିର୍ଦ୍ଦେଶକ ଗୁରବୀର୍ ସିଂ ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରାଙ୍କ ସହ ସବିଶେଷ ଆଲୋଚନା କରିଥିଲେ  । ରାଜ୍ୟ ସରକାରଙ୍କ ଦ୍ବାରା ପ୍ରଦାନ କରାଯାଉଥିବା କୋଭିଡ୍ ସହାୟତା ଗୋପବନ୍ଧୁ ସ୍ବାସ୍ଥ୍ୟ ବୀମା ଯୋଜନା ଏବଂ ଖବରକାଗଜ ବିତରକ ମାନଙ୍କୁ ପ୍ରଦାନ କରାଯାଇଥିବା ପରିଚୟପତ୍ର ଆବଣ୍ଟନ ସମ୍ପର୍କରେ ପଚାରି ବୁଝିଥିଲେ  ।   କାର୍ଯ୍ୟାଳୟରେ ଉପଲବ୍ଧ ହେଉଥିବା ଇଣ୍ଟରନେଟ୍ ସୁବିଧା ଏବଂ ଅନ୍ୟାନ୍ୟ ସୁବିଧା ସମ୍ପର୍କରେ ଅବଗତ ହୋଇଥିଲେ  । ଜିଲ୍ଲା କାର୍ଯ୍ୟାଳୟ ଗୁଡିକୁ ଅଧିକ ସଶକ୍ତ ଏବଂ କାର୍ଯ୍ୟକ୍ଷମ କରିବା ପାଇଁ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ  । ଏ ସମୟରେ ଉଭୟ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ  । କାର୍ଯ୍ୟାଳୟର ସମସ୍ତ କର୍ମଚାରୀଙ୍କ ବ୍ୟକ୍ତିଗତ ସମସ୍ୟା ସମ୍ପର୍କରେ ମଧ୍ୟ ପଚାରି ବୁଝିଥିଲେ  ।

Spread the love

Leave a Reply

Your email address will not be published.

Advertisement

ଏବେ ଏବେ