ଏରେଣ୍ଡ୍ରା ରେ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ) :-ସାନଖେମୁଣ୍ଡି ବ୍ଲକ ଏରେଣ୍ଡ୍ରା ଗ୍ରାମ ପଞ୍ଚାୟତ କାଯ୍ୟଳୟ ଠାରେ ସରପଞ୍ଚ ଧୋବା ସ୍ୱାଇଁ ଙ୍କ ତତ୍ତ୍ୱବଧାନରେ ଶଙ୍କର ଚକ୍ଷୁ ଚିକିତ୍ସାଳୟ ଆନୁକୁଲ୍ୟରେ ଏକ ମାଗଣା ପରଳ ଓ ଗ୍ଲୁକୋମା ଚିହ୍ନଟ ଶିବିର ଅନୁଷ୍ଠିତ ହୋଇଯାଇଛି । ସମରଝୋଳ ସ୍ଥିତ ଶଙ୍କର ଚକ୍ଷୁ ଚିକିତ୍ସା କେନ୍ଦ୍ର ସହ ଫୋଲଟ୍ରନ୍ ଇଣ୍ଡିଆ ଗ୍ରୁପ୍ ଓ ସାଇଟ୍ ସେଭରେସ ଇଣ୍ଡିଆ ମିଳିତ ସହାୟତାରେ ଆୟୋଜିତ ଏହି ଶିବିରକୁ ଜିଲ୍ଲା ପରିଷଦ ସଭ୍ୟା ସୁଲତା ରାଣୀ ସ୍ୱାଇଁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏହି ଚକ୍ଷୁ ଚିକିତ୍ସା ଶିବିରରେ ମୋଟ ୬୩ ଜଣଙ୍କର ଚକ୍ଷୁ ପରୀକ୍ଷା ହୋଇଥିବା ୨୯ ଜଣଙ୍କୁ ପରଳ ଚିକିତ୍ସା ପାଇଁ ଶଙ୍କର ଚିକିତ୍ସାଳୟକୁ ପଠାଯିବା ସହିତ ମୋଟ ୦୬ ଜଣଙ୍କୁ ମାଗଣା ଡାକ୍ତରୀ ଚଷମା ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ କ୍ୟାମ୍ପ ମାନେଜର ଚିତ୍ର ସେନ ପ୍ରଧାନ, ଟେକନିସିଆନ ବି. ଲଳିତ, ହେମଜ, ଜିଏନଏମ ଲତିକା ପ୍ରଧାନ, ଏନ. କ୍ରିଷ୍ଣା ରୋଗୀଙ୍କ ଚକ୍ଷୁ ପରୀକ୍ଷା କରିଥିଵା ବେଳେ ସମାଜ ସେବୀ କଂସ ଜେନା, କାମଦେବ ବରଡ଼ା, ଅମୁଲ୍ୟ କୁମାର ପ୍ରଧାନ, ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ, ସୀତାରାମ ବରାଡ଼, ପ୍ରଦୀପ କୁମାର ବରାଡ଼, ସୁଶାନ୍ତ କୁମାର ଜେନା, ବିକ୍ରମ କୁମାର ବରାଡ଼, କାହ୍ନl ବରାଡ଼ ପ୍ରମୁଖ କାଯ୍ୟକ୍ରମ କୁ ସୁଚାର ରୂପେ ପରିଚାଳନା କରିଥିଲେ l
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ