ଯୌତୁକ ପାଇଁ ନବ ବଧୂ ଙ୍କୁ ହତ୍ୟା ଅଭିଯୋଗ : ପରିବାର ଲୋକ ଥାନା ରେ ଅଟକ

ଶେରଗଡ଼, (ବିଭୁ ପ୍ରସାଦ ଦାସ) :-ଶେରଗଡ଼ ଥାନା ଅନ୍ତର୍ଗତ ଲାଞ୍ଜିଆ ପଲ୍ଲୀ ର ସୀମାଞ୍ଚଳ ସ୍ୱାଇଁ ଙ୍କ ଝିଅ କବିତା ସ୍ୱାଇଁ ଙ୍କ ଯୌତୁକ ଜନିତ କାରଣ ପାଇଁ ଶଶୁର ଘର ଲୋକ ମାରି ଦେଇଥିବା ବାପା ଶେରଗଡ଼ ଥାନାରେ ଅଭିଯୋଗ କରିଛନ୍ତି । ଗତ ମେ ମାସ ୪ ତାରିଖରେ ପଟ୍ଟାପାବୁଲି ଗାଁର ଅଭି ସ୍ୱାଇଁଙ୍କ ପୁଅ କାଳିଆ ସ୍ୱାଇଁ ସହ କବିତା ଙ୍କ ସାମାଜିକ ରୀତି ନୀତି ରେ ହିନ୍ଦୁ ଧର୍ମ ପ୍ରଥା ଅନୁଯାଇ ବିବାହ ଦେଇଥିଲେ । ବରପକ୍ଷ କୁ ସନ୍ତୁଷ୍ଟ କରିବା ପାଇଁ ଲକ୍ଷ ଲକ୍ଷ ଟଙ୍କାର ଯାନୀ ଯୌତୁକ ମଧ୍ୟ ପ୍ରଦାନ କରିଥିଲେ ହେଲେ ସେତିକି ରେ ସନ୍ତୁଷ୍ଟ ନଥିଲେ ଶଶୁର ଘର ଲୋକ ଝିଅ କବିତା କୁ ଅଧିକ ଯୌତୁକ ଆଣିବା ପାଇଁ ବାରମ୍ବାର ବାଧ୍ୟକରି ବ ଶାରୀରିକ ଓ ମାନସିକ ଯନ୍ତ୍ରଣା ଦେଉଥିଲେ । ଝିଅ ନିଜ୍ୟାତନା ସହି ନ ପାରି ବାପ ଘରକୁ ଚାଲିଯାଇଥିଲେ ବୋଲି ମୃତକ ଙ୍କ ବଡ଼ ଭଉଣୀ କହିଛନ୍ତି । ଏ ନେଇ ଘଟଣା ଥାନା କୁ ମଧ୍ୟ ଯାଇଥିଲା । ପରେ ନିଜ ସମାଜର ଲୋକଙ୍କ ସହ ଆଲୋଚନା କରି ଏହାର ସମାଧାନ ହୋଇଥିଲା । ତେବେ ଗତ ବୁଧବାର ରାତ୍ର ୧୧ ଘଣ୍ଟ ସମୟରେ ପୁଅ ଶଶୁର ଘର ଲୋକ ଙ୍କୁ ଫୋନ କରି ସ୍ତ୍ରୀ କବିତା ଙ୍କୁ ଘରେ ଆଣି ଛାଡିବାକୁ ବାଧ୍ୟ କରିବା ସହ ନାହଲେ ଆତ୍ମହତ୍ୟା କରିବି ବୋଲି ଧମକ ଦେଇଥିଲେ। ଧମକ ଦେବାରୁ ଝିଅ ଘର ଲୋକେ ରାତ୍ରି ୧୨ ଘଣ୍ଟ ସମୟରେ କବିତା ଙ୍କୁ ଶଶୁର ଘରେ ଛାଡିଚାଲି ଯାଇଥିଲେ । ଆଜି ସକାଳ ଝିଅ ର ବାପଘର ଲୋକେ କବିତା ଙ୍କ ମୃତ୍ୟୁ ହୋଇଥିବା ଜାଣିବାକୁ ପାଇ ସହ ପରିବାର ମାରିଦେବା ନେଇ ଶେରଗଡ଼ ଥାନା ରେ ଅଭିଯୋଗ କରିଥିଲେ କେଶ ନଂ୧୮୬/୨୨ କ୍ରମେ ଯାହା ଫଳରେ ମୃତ କବିତା ଙ୍କ ସ୍ୱାମୀ ସହ ପରିବାର ଲୋକ ଙ୍କୁ ପୋଲିସ ଅଟକ ରଖିଛି । ଅନେକ ଆଇନ ଥିବା ସତ୍ୱେ ସଭ୍ୟ ବସମାଜରେ ଏହିଭଳି ଯୌତୁକ ଜନିତ ବଧୁ ହତ୍ୟା ଘଟୁଛି କାହିଁକି? କଣ ପାଇଁ ଆଜି ଆଧୁନିକ ସଭ୍ୟତା ରେ ମଧ୍ୟ ନାରୀମାନେ ଅବହେଳିତ? କଣ ସମାଜ ରେ କାହିଁକି ଉପଯୁକ୍ତ ସଚେତନତା ର ଅଭାବ ନ ଆଉ କିଛି । କେବେ ଜଣେ ଝିଅ ମନରୁ ହଟିବ ଯୌତୁକ ଜନିତ ମୃତ୍ୟୁ ର ଭୟ ତାହା କେବଳ ସମୟ କହିବ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ