ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରିବା ପାଇଁ ଜିଲ୍ଲା ବିଜେପିର ପ୍ରସ୍ତୁତି ବୈଠକ

ବାଲେଶ୍ୱର, (ସରୋଜ ପଣ୍ଡା) :-ଆସନ୍ତା ୨୧ ତାରିଖରେ ପାଳିତ ହେବାକୁ ଯାଉଥିବା ଅଷ୍ଟମ ଅନ୍ତର୍ଜାତୀୟ ଯୋଗ ଦିବସ ଉପଲକ୍ଷେ ଜିଲ୍ଲା ବିଜେପି ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା କାର୍ଯ୍ୟାଳୟରେ ଆୟୋଜିତ ଏହି ପ୍ରସ୍ତୁତି ବୈଠକରେ ସମଗ୍ର ଜିଲ୍ଲାରେ ଏହି କାର୍ଯ୍ୟକ୍ରମକୁ ବ୍ୟାପକ, ଭବ୍ୟ ଓ ଲୋକାଭିମୁଖୀ କରିବା ପାଇଁ ବିଶଦ ଆଲୋଚନା ହୋଇଥିଲା। ସ୍ବାଧୀନତାର ୭୫ ବର୍ଷ ( ଅମୃତ ମହୋତ୍ସବ ) ଚାଲୁଥିବାରୁ ଏହି କାର୍ଯ୍ୟକ୍ରମକୁ ୭୫ରୁ ଅଧିକ ସ୍ଥାନରେ କରାଯିବାର ଯୋଜନା ପ୍ରସ୍ତୁତ କରି ସମସ୍ତ ମୋର୍ଚ୍ଚା ଓ ଜିଲ୍ଲା ପଦାଧିକାରୀଙ୍କୁ ଦାଇତ୍ୱ ଅର୍ପଣ କରାଯାଇଛି । ସୁସ୍ଥ ନିରୋଗ ଜୀବନ ଯାପନ କରିବାପାଇଁ ଯୋଗ ଏକ ନିଶୁଳ୍କ ମାଧ୍ୟମ, ଏହାକୁ ଜନାଭିମୁଖୀ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଇଚ୍ଛାକୁ ସାକାର କରିବା ପାଇଁ କାର୍ଯ୍ୟକର୍ତ୍ତା ମାନଙ୍କୁ ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର ପରାମର୍ଶ ଦେଇଥିଲେ । ବୈଠକରେ ପୁର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସ, ପୁର୍ବତନ ଜିଲ୍ଲା ସଭାପତି ଲମ୍ବୋଦର ନାୟକ, ପୁର୍ବତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶଭୋନା ମହାନ୍ତି ଓ ଶୁଭଙ୍କର ମହାପାତ୍ର, ଜିଲ୍ଲା ଉପସଭାପତି କମଳା ବିନ୍ଧାଣି ଓ କମଳଲୋଚନ ଦାସ, ଜିଲ୍ଲା ମିଡ଼ିଆ ସଂଯୋଜକ ଶ୍ରୀନିବାସ ପ୍ରଧାନ,  ଯୁବମୋର୍ଚ୍ଚା ଜିଲ୍ଲା ସଭାପତି ରାଜେଶ ମହାପାତ୍ର, ନଗର ସଭାପତି ଚିତ୍ତରଞ୍ଜନ ପଣ୍ଡା, ଯୋଗଗୁରୁ ମୁକ୍ତିକାନ୍ତ ପାଣିଗ୍ରାହୀ ଓ ମନୋଜ କୁମାର ଦେ, ସଞ୍ଜୟ ମହାପାତ୍ର, ଶୋଭାକର ସାହୁ ପ୍ରମୁଖ ଅଂଶଗ୍ରହଣ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ