ପ୍ରଧାନ ଶିକ୍ଷକଙ୍କ ପରଲୋକ

ଧାମନଗର, (ସନ୍ତୋଷ କୁମାର ପ୍ରଧାନ ):-ଧାମନଗର ବ୍ଲକ ଅନ୍ତର୍ଗତ କଲ୍ୟାଣୀ ପଞ୍ଚାୟତର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଭିକାରି ଚରଣ ମଲ୍ଲିକଙ୍କ ପରୋଲକ ହୋଇଯାଇଛି । ଯାହାକୁ ନେଇ ଏ ଅଞ୍ଚଳରେ ଏକ ଶୋକର ଛାୟା ଖେଳିଯାଇଛି I ମଙ୍ଗଳ ବାର ରାତ୍ର ୧୦ଟା ସମୟରେ ହଠାତ ଭିକାରି ସାରଙ୍କ ଛାତିରେ ଯନ୍ତ୍ରଣା ଅନୁଭବ ହେବାରୁ ତୁରନ୍ତ ତାଙ୍କୁ ଭଦ୍ରକ ସରକାରୀ ଚିକିତ୍ସାଳୟକୁ ଗାଡିରେ ନେଉଥିବା ସମୟରେ ବାଟରେ ତାଙ୍କର ମୃତ୍ୟ ହୋଇଥିଲା ଏହି ଖବର ପାଇବା ପରେ ବହୁ ଶିକ୍ଷକ ଛାତ୍ର ଛାତ୍ରୀଙ୍କ ଠାରୁ ଆରମ୍ଭକରି ବହୁ ମାନ୍ୟଗଣ ବ୍ୟକ୍ତି ଓ ସମାଜସେବୀ, ରାଜନେତାଙ୍କ ସହିତ କଲ୍ୟାଣୀ ସରପଞ୍ଚ ଅକ୍ଷୟ ଜେନା,ସମିତି ସଭ୍ୟ ବିଶ୍ବରଞ୍ଜନ ବିଶ୍ବାଳ, ନରେନ୍ଦ୍ର ମଲ୍ଲିକ, ଦାମୋଦର ମଲ୍ଲିକ, ମାୟାଧର ସାମଲ ତାଙ୍କର ଶେଷ ଦର୍ଶନଲାଗି ତାଙ୍କ ବାସଭବନ ଠାରେ ପହଞ୍ଚି ସ୍ୱର୍ଗତ ଭିକାରି ଚରଣ ମଲ୍ଲିକଙ୍କ ମର ଶରୀରରେ ଶ୍ରଦ୍ଧାଞ୍ଜଳି ଦେଇ ଶେଷ ଦର୍ଶନ କରିବା ସହିତ ଶୋକସନ୍ତପ ପରିବାର ବର୍ଗଙ୍କୁ ସାନ୍ତ୍ଵନା ଦେଇଥିଲେ । ସ୍ୱର୍ଗତ ଭିକାରୀ ସାର ସେ ତାଙ୍କ ଜନ୍ମ ମାଟି ବନସର ଠାରେ ୫/୧୨/୧୯୪୬ ମସିହାରେ ଜନ୍ମଲାଭ ହୋଇଥିଲା । ତାଙ୍କର ଶିକ୍ଷକ ଜୀବନ ଭଣ୍ଡାରିପୋଖରୀ ବ୍ଲକ କୋଲଣା ସ୍କୁଲରୁ ଆରମ୍ଭ ହୋଇଥିଲା ପରେ ସେ ଧାମନଗର ବ୍ଲକ ସରେଇ ପଞ୍ଚାୟତ ଚୁଡାକୁଟି ଇନ୍ଦ୍ରମଣି ହାଇସ୍କୁଲ ଦୀର୍ଘ ବର୍ଷ ପର୍ଯ୍ୟନ୍ତ ନିଜ ଶିକ୍ଷକତା ଜୀବନ ବିତାଇ ଥିଲେ । ଭିକାରୀ ସାର ଜଣେ ଆଦର୍ଶ, ନିତୀବାନ, ଛାତ୍ରବତ୍ସଳ ଶିକ୍ଷକ ଥିଲେ । ଦିର୍ଘ ୩୨ ଵର୍ଷ ଶିକ୍ଷକତା ଜୀବନ ସେଠାରେ ବିତାଇବା ପର ସେ ଶିକ୍ଷକତା ଜୀବନରୁ ଅବସର ନେଇ ଥିଲେ । ସଵୁଠାରୁ ଏକ ବଡ କଥା ହେଉଛି ସେ ଜଣେ ଧର୍ମପରାୟଣ ବ୍ୟକ୍ତି ଥିଲେ ସଦାସର୍ବଦା ନିଜକୁ ଶିବଙ୍କ ପୂଜାଅର୍ଚନାରେ ଲୀନରଖୁଥିଲେ । ତାହା ସହିତ ସାଧାରଣ ଜୀବନରେ ସେ ଜଣେ ମିଷ୍ଟଭାଷୀ ପରଉପକାରୀ ଦୟାଳୁ ସ୍ୱଭାବର ବ୍ୟକ୍ତି ଥିଲେ ଓଡ଼ିଆ ସାହିତ୍ୟିକ ଭାଷାଲାଗି ସେ ବହୁବାର ଉକ୍ତଳ ୟୁନିଭରସିଟିର ପ୍ରଫେସରଙ୍କ ଠାରୁ ବହୁଵାର ପୁରସ୍କୃତ ହୋଇଥିଲେ ତାଙ୍କର ମୃତ୍ୟୁ ସମୟରେ ତାଙ୍କର ଚାରିପୁଅ ବହୁ ନାତି ନାତୁଣୀ ଝିଅ ଜ୍ବାଇଁ ଶେଷ ସମୟରେ ତାଙ୍କ ପାଖରେ ଉପସ୍ଥିତ ଥିଲେ । ତାଙ୍କ ବଡ଼ପୁଅ ସଞ୍ଜୟ ମୁଖାଗ୍ନି ଦେଇଥିଲେ । ଶେଷରେ ଏକ ଶୋକାକୁଳ ପରିବେଶରେ ଶେଷକୃତ୍ୟ ସଂପନ୍ନ ହୋଇଥିଲା ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ