ପ୍ରବଳ ବର୍ଷାରେ ଲେଡବନ୍ଧ ପୋଲ ଉପରେ ଫୁଟ ଉଚ୍ଚର ପାଣି : ୩୨୬ ନଂ ଜାତୀୟ ରାଜ ପଥରେ ଯାତାୟତ ବାଧା ପ୍ରାପ୍ତ
ମୋହନା, (ଅଂଶୁମାନ ପଣ୍ଡା) :-ସକ୍ରିୟ ମୌସୁମୀ ପ୍ରଭାବରେ ଗଜପତି ଜିଲ୍ଲା ମୋହନା ଅଞ୍ଚଳରେ ପ୍ରବଳ ବର୍ଷା ହୋଇଛି । ଫଳରେ ସ୍ଥାନୀୟ କଲେଜ ଛକ ନିକଟରେ ଥିବା ଜାତୀୟ ରାଜପଥ ୩୨୬ ବ୍ରହ୍ମପୁର ରାୟଗଡ଼ା ସଞ୍ଜଗ କରୁଥିବା ରାସ୍ତା ରେ ଥିବା ଲେଡେବନ୍ଧ ପୋଲ ଉପରେ ପ୍ରାୟ ଫୁଟେ ଉଚ୍ଚର ବର୍ଷା ପାଣି ଜମି ହୋଇ ରହିଥିଲା । ପାଣି ନିଷ୍କାସନ ସୁବିଧା ନ ଥିବାରୁ ମୋହନା ବ୍ରହ୍ମପୁରକୁ ସଂଲଗ୍ନ କରୁଥିବା ୩୨୬ ନଂ ଜାତୀୟ ରାଜ ପଥରେ ଯାତାୟତରେ ସମସ୍ୟା ଦେଖା ଦେଇଥିଲା । ପରେ ବର୍ଷା କମିବା ପରେ ଯାତାୟତ ସ୍ୱାଭାବିକ ହୋଇଥିଲା ।