ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା ପରେ ସମୀର ମୋଟର୍ସ ମହିଳା କର୍ମଚାରୀଙ୍କ ମଧ୍ୟରେ ଖୁସିର ଲହରୀ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-ପ୍ରଥମ ଓଡିଆ ଅନୁସୂଚିତ ଜାତି ବର୍ଗର ମହିଳା ଦ୍ରୈାପଦୀ ମୁର୍ମୁଙ୍କ ନାମଏନ.ଡି.ଏ. ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି । ଏହି ଘୋଷଣା ପରେ କେନ୍ଦ୍ରାପଡା ସହରର କେଶପୁର ବଜାରସ୍ଥିତ ସମିର ମୋଟର୍ସର ମହିଳା କର୍ମଚାରୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ସେମାନେ ପରଷ୍ପର ମଧ୍ୟରେ ମିଠା ବାଣ୍ଟି ଖୁସି ମନାଉଥିବା ଦେଖିବାକୁ ମିଳିଛି । ସେମାନେ କହିଛନ୍ତି ଯେ ଓଡିଶାର ଜଣେ ଅନୁସୂଚିତ ଜାତି ବର୍ଗର ମହିଳାଙ୍କୁ ପ୍ରଥମ ଥର ପାଇଁ ଦେଶର ସର୍ବୋଚ୍ଚ ପଦ ନିମନ୍ତେ ପ୍ରାର୍ଥୀ କରାଯାଇଥିବାରୁ ଆମେ ବେଶ ଖୁସି ଓ ଆନନ୍ଦିତ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ