ଅଗରବତୀ ବେଉସା ଦେଇଛି ରୋଜଗାରର ବାଟ

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲା ପ୍ରଶାସନ ଦ୍ୱାରା ଏସ୍‌ଏଚ୍‌ଜି ମହିଳା ଦଳକୁ ପ୍ରତ୍ସାହିତ କରିବା ଉଦ୍ଦେଶ୍ୟରେ ବିଭିନ୍ନ ରୋଜଗାର ପନ୍ଥା ଅବଲମ୍ବନ ପାଇଁ ପଦକ୍ଷେପ ନିଆଯାଉଛି । ଏହି ପରୀପ୍ରେକ୍ଷୀରେ ଜିଲ୍ଲାର ବିଭିନ୍ନ ଏସ୍‌ଏଚ୍‌ଜି ମହିଳା ଦଳ ଗୁଡିକୁ ବିଭିନ୍ନ ତାଲିମ ଦିଆଯାଇ ଆତ୍ମନିର୍ଭରଶୀଳ ପାଇଁ ପ୍ରତ୍ସାହନ କରାଯାଉଛି । ଏପରି ଜିଲ୍ଲାର କାଶୀନଗର ବ୍ଲକ ଖାଣ୍ଡବା ଗ୍ରାମ ଅନ୍ତର୍ଗତ ସାରା ଗ୍ରାମର ଏସ୍‌ଏଚ୍‌ଜି ମହିଳା ମାନଙ୍କୁ ଅଗରବତୀ ଉତ୍ପାଦନ ପାଇଁ ପ୍ରତ୍ସାହିତ କରାଯାଇଥିଲା । ଏମାନଙ୍କୁ ସ୍ୱତନ୍ତ୍ର ତାଲିମ ଦେବା ପାଇଁ ଜିଲ୍ଲାପ୍ରଶାସନ ପଦ କ୍ଷେପ ନେଇଥିଲେ । ଫଳ ସ୍ୱରୂପ ଏମାନେ ଆଜି ବାର୍ଷିକ ଲକ୍ଷାଧିକ ଟଙ୍କାର କାରବାର କରିବା ସହ ଓଜନ ଅନୁଯାୟୀ ଅଗରବତୀ ଗୁଡିକର ଦର ଧାର୍ଯ୍ୟ କରାଯାଇ ବିକ୍ରି କରାଯାଉଛି । ଫଳରେ ପ୍ରତି ଏସ୍‌ଏଚ୍‌ଜି ସଦସ୍ୟାମାନେ ୫ହଜାର ଟଙ୍କାର ଲାଭ ପାଉଥିବାର ପ୍ରଶାସନ ସୂତ୍ରରୁ ପ୍ରକାଶ । ସାରା ଗ୍ରାମ ଭାଳି ପୁର ପଲ୍ଲୀର ମହିଳାମାନଙ୍କ ଏପରି ସଫଳତାକୁ ନେଇ ପ୍ରଶଂସା କରାଯାଉଥିବା ବେଳେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା, ଜିଲ୍ଲା ଗ୍ରାମ୍ୟଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ମହେଶ୍ୱର ଚନ୍ଦ୍ର ନାଏକ ପ୍ରମୁଖ ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ଏହି ମହିଳା ଗ୍ରୁପର ସଦସ୍ୟାମାନେ ସାଧୁବାଦ ଜଣାଇଛନ୍ତି । ସୂଚନା ଯୋଗ୍ୟ ଯେ, ଏହି ଅଗରବତୀ ଜିଲ୍ଲା ତଥା ଜିଲ୍ଲା ବାହାରକୁ ବ୍ୟୟ ବରାଦ ମୁତାବକ ବିକ୍ରି କରାଯାଉଥିବାର ମଧ୍ୟ ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ