ରମେଶ ଚନ୍ଦ୍ର ପଟନାୟକଙ୍କ ହୃଦ୍ ଘାତ ରେ ମୃତ୍ୟୁବରଣ

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ପାରଳାଖେମୁଣ୍ଡି ଶ୍ରୀକରଣ ସାହି, ସମ୍ପ୍ରତି ବସୁନ୍ଧରରେ ନିବାସୀ ରମେଶ ଚନ୍ଦ୍ର ପଟନାୟକ ହୃଦ୍ ଘାତ ରେ ମୃତ୍ୟୁବରଣ କରିଛନ୍ତି । ସେ ଜଣେ ଚାଉଳ କଳ ଚୁନାକଳର ଦକ୍ଷ ମରାମତିକାରୀ (ମେକାନିକ) ଥିଲେ , ଏବଂ ବିଶିଷ୍ଟ ମାଉତର୍ଗନ୍ ବଜାଇ ଲୋକଙ୍କୁ ତଥା ଶ୍ରୋତାଙ୍କୁ ମୁଗ୍ଧ କରିପାରୁଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୭୩ ବର୍ଷ ହୋଇଥିଲା ପାରଳାର କଣ୍ଠଶିଳ୍ପୀ, ଗାୟତ୍ରୀ ପରିବାର ମୁଖ୍ୟ ଗୁରୁ କୈଳାସ ଚନ୍ଦ୍ର ପଟ୍ଟନାୟକଙ୍କ ସେ ବଡ଼ଭାଇ ଅଟନ୍ତି । ଖୁବ୍ ମେଳାପି, ଶାନ୍ତ, ସରଳ ଏବଂ ଆଧାତ୍ମିକବାଦୀ ବ୍ୟକ୍ତି ଭାବେ ବେଶ୍ ଜଣାଶୁଣା ଥିଲେ । ତାଙ୍କରି ଦେହାନ୍ତରେ ପାରଳା ତଥା ବସୁନ୍ଧରାର ଜନସାଧାରଣ ଅତୀବ ଦୁଃଖ ପ୍ରକାଶ କରିଛନ୍ତି । ସାରସ୍ଵତ ଓ ସାଂସୃତିକ ଅନୁଷ୍ଠାନର ଶିଳ୍ପୀ ମାନେ ମଧ୍ୟ ଜଣେ ବିଶିଷ୍ଟ ବ୍ୟକ୍ତିଙ୍କୁ ପାରଳା ମାଟି ହରାଇଛି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ