ବାଲିକୁଦା ରାମତୋଳ ଗ୍ରାମରେ ଅଘଟଣ : ଘରେ ଘରେ ଶୋକର ଛାୟା

ଜଗତସିଂହପୁର, ( ଅନସୂୟା ରାଉତ) :-ଜଗତସିଂହପୁର ଜିଲ୍ଲାର ବାଲିକୁଦା ଥାନା ଅନ୍ତର୍ଗତ ରାମତୋଳ ଗ୍ରାମରେ ଅଘଟଣ ଘଟିଛି । ୧୨ବର୍ଷର ଝୀଅର ବିଦ୍ୟୁତ୍ ଆଘାତରେ ମୃତ୍ୟୁ ଘଟିଛି । ଖବରରୁ ଜଣାଯାଏ ରାମତୋଳ ଗ୍ରାମର ଉତ୍ତମ ଓଝାଙ୍କ ୧୨ବର୍ଷର ଝୀଅ ପ୍ରିୟଙ୍କା ବୁଧବାର ଛାତ ଉପରକୁ ଶୁଖା ଯାଇଥିବା ପୋଷାକ ଆଣିବାକୁ ଯାଇଥିଲା ।ଛାତ ଉପରେ ଇଲେଭେନ କେଭି ବିଦ୍ୟୁତ୍ ତାର ଛିଣ୍ଡି ପଡ଼ିଥିଲା। ପ୍ରିୟଙ୍କା ବିଦ୍ୟୁତ୍ ସଂସ୍ପର୍ଶରେ ଆସି ବଙ୍କା ହୋଇ ତଳକୁ ଛିଟିକି ପଡ଼ିଥିଲା । ତାକୁ ଜଗତସିଂହପୁର ମେଡିକାଲ ଆଣିଥିଲେ । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଆଜି ସକାଳୁ ତାର ଶବକୁ ବ୍ୟବଚ୍ଛେଦ କରାଯାଇ ଥିଲା । ପରେ ଗାଁ ଅଭିମୁଖେ ଅଣାଯାଇଥିଲା । ଗାଁ ଲୋକଙ୍କ ଶୋକାତୁର ପରିବେଶରେ ସମସ୍ତେ ଭୋ ଭୋ ହୋଇ କାନ୍ଦୁଥିଲେ । ସେ ସମୟରେ ଅତ୍ୟନ୍ତ ଦୁଃଖଦ ପରିବେଶ ସୃଷ୍ଟି ହୋଇଥିଲା । ବାଲିକୁଦା ବିଦ୍ୟୁତ୍ ବିଭାଗର ଏପରି ବେପରୁଆ ମନୋଭାବ ଯୋଗୁଁ ପ୍ରିୟଙ୍କା ଜୀବନ ଗଲା । ଜନବସତି ଦେଇ ଇଲେଭେନ କେଭି ବିଦ୍ୟୁତ୍ ତାର ଯାଇପାରିବ ନାହିଁ ବୋଲି ନିୟମ ଥିଲାବେଳେ କିପରି ବାଲିକୁଦା ବିଦ୍ୟୁତ୍ ବିଭାଗ ଏହାକୁ ଅଣଦେଖା କଲା ଏହା ସଭିଙ୍କ ମନରେ ପ୍ରଶ୍ନ ବାଚୀ ସୃଷ୍ଟି କରିଛି । ବାଲିକୁଦା ବ୍ଳକର ବିଭିନ୍ନ ବିଦ୍ୟାଳୟର ଉପର ଦେଇ ଇଲେଭେନ କେଭି ବିଦ୍ୟୁତ୍ ଯାଇଥିଲେ ମଧ୍ୟ ବାଲିକୁଦା ବିଦ୍ୟୁତ୍ ବିଭାଗ ଦେଖି ଅଣଦେଖା କରୁଥିବା ଅଭିଯୋଗ ହେଉଛି । ଚଷାପଡା ତଣ୍ଡିକୁଳ ରସ୍ତାର ମୁଳୁଗା ହାଇସ୍କୁଲ ବେଢା ଉପରେ ଇଲେଭେନ କେଭି ବିଦ୍ୟୁତ୍ ତାର ଯାଇଛି । ବିଦ୍ୟାଳୟ କର୍ତ୍ତୁପକ୍ଷ ଏ ସମ୍ପର୍କରେ ବିଦ୍ୟୁତ୍ କର୍ମଚାରୀଙ୍କୁ ଅବଗତ କରାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । କେତେବେଳେ ନିରୀହା ପ୍ରିୟଙ୍କା ଅବସ୍ଥା ଏଠାରେ ଘଟିବ କେହି କହିପାରିବେ ନାହିଁ । ଏଣୁ ବିଦ୍ୟୁତ୍ ବିଭାଗ ପୂର୍ବରୁ ଏହି ବିପଦପୂର୍ଣ୍ଣ ତାରକୁ ହଟାଇବାକୁ ସାଧାରଣରେ ଦାବି ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ