ଜୁନ ୩୦ତାରିଖରୁ ଅମରନାଥ ଯାତ୍ରା ଆରମ୍ଭ

ଶ୍ରୀନଗର, (ଓ୍ବାଇଏନ୍ଏସ୍) : ଜୁନମାସ ୩୦ ତାରିଖରୁ ଅମରନାଥ ଯାତ୍ରା ଆରମ୍ଭ ହେଉଛି। ଏହାକୁ ଦୃଷ୍ଟିରେ ରଖି ସାରଙ୍କ ପକ୍ଷରୁ ଯାତ୍ରାର ପୂର୍ବରୁ ଜାମ୍ମୁ କାଶ୍ମୀରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ଦେଖିବାକୁ ମିଳିଛି । ଅମରନାଥ ଯାତ୍ରା ପାଇଁ ପର୍ଯ୍ୟାପ୍ତ ସଂଖ୍ୟାରେ ବିଭିନ୍ନ ସ୍ଥାନରେ ଯବାନମାନଙ୍କୁ ମୁତୟନ କରାଯାଇଛି । ଆନ୍ତର୍ଜାତିକ ସୀମା, ସାମ୍ବା, କାଠୁଆ ଓ ଜାମ୍ମୁ ଜିଲ୍ଲାର ସୀମାନ୍ତ ଗ୍ରାମଗୁଡ଼ିକରେ ଯବାନମାନେ ବ୍ୟାପକ ତଲାସୀ ଜାରି ରଖିଛନ୍ତି । ସୀମାଆରପଟୁ ରହିଥିବା ସୁଡ଼ଙ୍ଗ ଗୁଡ଼ିକୁ ଚିହ୍ନଟ କରିବା ସହ ଆତଙ୍କବାଦୀମାନଙ୍କ ଅନୁପ୍ରବେଶକୁ ରୋକିବା ଲାଗି ସଜାଗ ଜାରିରଖିଛନ୍ତି ଯବାନ ମାନେ । ତଲାସୀ କାର୍ଯ୍ୟରେ ପୁଲିସ୍‍, ସିଆର୍‍ପିଏଫ୍‍ ଓ ବିଏସ୍‍ଏଫ୍‍ର ଯବାନ ମାନେ ମିଳିତ ଭାବେ କାର୍ଜ୍ୟ କରୁଛନ୍ତି । ସେହିପରି ଯାତ୍ରୀଙ୍କ ସ୍ୱାସ୍ଥ୍ୟଗତ ସୁବିଧା ପାଇଁ ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶାଳୟ ପକ୍ଷରୁ ୭୦ଟି ସ୍ଥାନରେ ସ୍ୱାସ୍ଥ୍ୟ କେନ୍ଦ୍ର ସମେତ ୧୦୦ଟି ଆମ୍ବୁଲାନ୍ସର ବ୍ୟବସ୍ଥା କରାଯାଇଛି । ସ୍ୱାସ୍ଥ୍ୟ ସେବା ସୁବିଧା ଗୁଡିକ ଜବାହର ଟନେଲ୍‍ ସୁଡ଼ଙ୍ଗ ଠାରୁ ଆରମ୍ଭ ହୋଇ ଅମରନାଥ ଗୁମ୍ଫା ମଧ୍ୟରେ ଉଭୟ ପଥରେ ରହିବ । ଏଥିସହ ୭୦ ଶଯ୍ୟା ବିଶିଷ୍ଟ ଦୁଇଟି ହସ୍ପିଟାଲ୍‍ ମଧରୁ ଗୋଟିଏ ହସ୍ପିଟାଲ୍‍ ବଲତାଲରେ ରହିଥିବାବେଳେ ଅନ୍ୟଟି ଚନ୍ଦବାଡ଼ିଠାରେ ରହିଛି । ଡିଆର୍‍ଡିଓ ପକ୍ଷରୁ ଯାତ୍ରାପଥରେ ୧୦୦ ଶଯ୍ୟା ବିଶିଷ୍ଟ ଗୋଟିଏ ଅତ୍ୟାଧୁନିକ ହସ୍ପିଟାଲ୍‍ ସ୍ଥାପନ କରାଯାଇଛି ସେଥିରେ ଜରୁରୀକାଳୀନ ଜୀବନରକ୍ଷାକାରୀ ସମସ୍ତ ବ୍ୟବସ୍ଥା ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ