ଆନ୍ତର୍ଜାତିକ ନିଶାନିବାରଣ ଦିବସ ପାଳିତ
କଳାହାଣ୍ଡି, (ରଜନୀକାନ୍ତ ମିଶ୍ର) :-ଆନ୍ତର୍ଜାତିକ ନିଶାଦ୍ରବ୍ୟ ସେବନ କାରବାର ଓ ଅବୈଧ ଚାଲାଣ ନିରୋଧ ଦିବସ କଳାହାଣ୍ଡି ଅବକାରୀ ବିଭାଗ ପକ୍ଷରୁ ପାଳିତ ହିଇଯାଇଛି । ଏହିଅବସରରେ ଅବକାରୀ ବିଭାଗ, ସ୍ବେଛାସେବୀ ସଂଗଠନ ଅନ୍ତଦୟ ଓ ଚାଇଲଡ଼ ଲାଇନ ପକ୍ଷରୁ ଏକ ସଚେତନତା ରାଲି କଳାହାଣ୍ଡି ଅବକାରୀ ବିଭାଗ କାର୍ଯ୍ୟାଳୟ ରୁ ବାହାରି ନିଶାଦ୍ରବ୍ୟ ସେବନ ଓ ଏହାର ଆପକାରିତା ସମ୍ପର୍କରେ ଭବାନୀପାଟଣା ସହର ପରିକ୍ରମା କରି ଜନସଚେତନତା କରିଥିଲେ । ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଅତିରିକ୍ତ ଜିଲ୍ଲାପାଳ ଶରତ କୁମାର ଶ୍ରୀଚନ୍ଦନ ଯୋଗଦେଇ ସଚେତନତା ରାଲିକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିବା ବେଳେ ଜିଲ୍ଲା ଅବକାରୀ ଅଧିକ୍ଷକ ଦଣ୍ଡପାଣି ବେହେରା, ଅବକାରୀ ଇନ୍ସପେକଟର ସୁଶାନ୍ତ ପ୍ରଧାନ ,ଲଳିତ ମୋହନ, ତିଲକରାମ ନାଏକ, ବିଶ୍ୱଜିତ ଆରୁଖ, ଅଶୋକ କୁମାର ସାହୁ, ଅନ୍ତଦୟ ର ଅଧକ୍ଷ ଦିଲ୍ଲୀପକୁମାର ଦାସ, ଓ ଚାଇଲଡ଼ ଲାଇନ ର ସଦସ୍ୟ ମାନେ ସାମିଲ ହୋଇ ସମାଜରୁ ନିଶାଦ୍ରବ୍ୟ ସେବନ ଓ ଅବୈଧ ଚାଲାଣ ଉପରେ ଜନସଚେତନତା କରିଥିଲେ ।