ମହାବିଦ୍ୟାଳୟର +୩ ବିଜ୍ଞାନ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ପୋଲିସ ଦ୍ୱାରା ଉଦ୍ଧାର

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :-ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ପୌରାଞ୍ଚଳ ଅନ୍ତର୍ଗତ ୧୩ ନମ୍ବର ଓ୍ବାର୍ଡର ବଣସାହିର ଘର ଭିତରୁ ଝୁଲନ୍ତା ଅବସ୍ଥାରେ ଜଣେ ଯୁବତୀଙ୍କ ମୃତଦେହକୁ ପୋଲିସ ଉଦ୍ଧାର । ସୂଚନାଯୋଗ୍ୟ ସ୍ବର୍ଗତ ଦୀପକ ମହାନ୍ତଙ୍କ କନ୍ୟା ଲିଜା ମହାନ୍ତ (୧୯) ରବିବାର ଦିନ ସକାଳ ୬/୬.୩୦ ଟା ପାଖାପାଖି ସମୟରେ ଘରେ କେହି ନ ଥିବାବେଳେ ମାନସିକ ଭାରସାମ୍ୟ ହରାଇ ଘରଭିତରେ ପାଇପାରେ ରସି ଦେଇ ଆତ୍ମହତ୍ୟା କରିଥିବା ପୋଲିସ ସୂଚନା ମିଳିଛି । ଖବର ପାଇ ରାଇରଙ୍ଗପୁର ଟାଉନ ପୋଲିସ ଏସଆଇ ବିରଞ୍ଚି ନାଏକ ଘଟଣାସ୍ଥଳରେ ପହଂଚି ମୃତକଙ୍କୁ ଉଦ୍ଧାର କରି ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି । ଲିଜା ମହାନ୍ତ ରାଇରଙ୍ଗପୁର ମହାବିଦ୍ୟାଳୟ +୩ ବିଜ୍ଞାନର ଦିତୀୟ ବର୍ଷ ଛାତ୍ରୀ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ