ସମବାୟ ସମିତିରେ ନିର୍ବାଚନ ଶେଷ : ଧର୍ମଗୁଳାରେ ୨ଜଣ ପ୍ରାର୍ଥୀ ବିଜୟୀ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ) :-ନାଉଗାଁ ବ୍ଳକ ଅନ୍ତର୍ଗତ ଅଲଣା ପ୍ରାଥମିକ ସେବା ସମବାୟ ସମିତିରେ ରବିବାର ନିର୍ବାଚନ ଶେଷ ହୋଇଛି । ୧୫ଟି ଜୋନ୍ ବିଶିଷ୍ଠ ସମିତିରେ ୭ଟି ଜୋନ୍‌ରେ ଅପ୍ରତିଦ୍ୱନ୍ଦୀ ଭାବେ ପ୍ରାର୍ଥୀ ନିର୍ବାଚିତ ହୋଇଥିବା ବେଳେ ଗୋଟିଏ ଜୋନ୍‌ରେ କୌଣସି ନାମାଙ୍କନ ପତ୍ର ଦାଖଲ ହୋଇନଥିଲା । ବାକି ୭ଟି ଜୋନ୍ ପାଇଁ ଆଜି ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏହି ନିର୍ବାଚନରେ ମୋଟ୍ ୭୪ଜଣ ଭୋଟରଙ୍କ ମଧ୍ୟରୁ ୭୦ଜଣ ଭୋଟର ତାଙ୍କର ମତସାବ୍ୟସ୍ତ କରିଥିଲେ । ଏଥିମଧ୍ୟରୁ ୫ଜଣ ପ୍ରାର୍ଥୀ ଅଧିକ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ୨ଟି ଜୋନ୍‌ରେ ଉଭୟ ପ୍ରାର୍ଥୀଙ୍କର ସମାନ ସଂଖ୍ୟକ ଭୋଟ ହୋଇଥିବାରୁ ଧର୍ମଗୁଳା ମାଧ୍ୟମରେ ୨ଟି ପ୍ରାର୍ଥୀଙ୍କୁ ବିଜୟୀ ଘୋଷଣା କରାଯାଇଥିଲା । ଏହି ନିର୍ବାଚନରେ ପ୍ରିଜାଡିଂ ଅଧିକାରୀ ଭାବେ ଉଲ୍ଲାସ ଜେନା, ପୋଲିଂ ଅଧିକାରୀ ଭାବେ ରଂଜନ କୁମାର ବେହେରା ଓ ଲୋକନାଥ ଲେଙ୍କା ଦାୟିତ୍ୱରେ ରହିଥିବା ବେଳେ ନିର୍ବାଚନ ଅଧିକାରୀ ଭାବେ ଚିତରଂଜନ ନାୟକ ନିର୍ବାଚନ ପରିଚାଳନା କରୁଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ