କେନ୍ଦ୍ର ର ଅଗ୍ନିପଥ ଯୋଜନା କୁ ବିରୋଧ କରି ଧାରଣା ରେ ବସିଲା କଂଗ୍ରେସ

ଫୁଲବାଣୀ, (ସୁନିଲ କୁମାର ବେହେରା) :-କେନ୍ଦ୍ର ସରକାର ଙ୍କ ଘୋଷିତ ଅଗ୍ନିପଥ ଯୋଜନା କୁ ବିରୋଧ କରି ଫୁଲବାଣୀ ଜିଲ୍ଲା କଂଗ୍ରେସ ତରଫରୁ ଜିଲ୍ଲାର ସମସ୍ତ ବିଧାନସଭା ରେ ସତ୍ୟାଗ୍ରହ କରାଯାଇଛି। ଆଜି ଫୁଲବାଣୀ ବିଧାନସଭା ର ଜିଲ୍ଲପାଳ କାର୍ଯ୍ୟାଳୟ ସମୁଖରେ ସକାଳ ଦଶଟା ରୁ ଦିବା ଏକ ଘଣ୍ଟିକା ପ୍ରଯ୍ୟନ୍ତ ସତ୍ୟାଗ୍ରହ କରାଯାଇଛି, ଉକ୍ତ ସତ୍ୟାଗ୍ରହ ରେ ଜିଲ୍ଲା ସଭାପତି ଅନାମ କୁମାର ନାୟକ, ଯୁବ ସଭାପତି ବସନ୍ତ କୁମାର ପାଢ଼ୀ, ଛାତ୍ର କଂଗ୍ରେସ ସଭାପତି ଅନୁପମ କହ୍ନର, ଶ୍ରମିକ ନେତା ଘନ କୁମାର ଶବର, ଯୁବ ନେତା ନନ୍ଦ କିଶୋର ଦାଶ, ଶିବ ଶଙ୍କର ବେହରା, ସମସ୍ତ କାଉଣସିଲାର ପାର୍ଥି, ପୂର୍ବତନ ବିଧାୟକ ଅଭିମନ୍ୟୁ ବେହେରା, ପୂର୍ବତନ ସାଂସଦ ରାଧାକାନ୍ତ ଦିଗଲ, ସାଇବନି କହ୍ନର, ସ୍ୱପ୍ନାରାଣୀ ମଲ୍ଲିକ, ମାମି ନାୟକ, ରଜତ ମହାନ୍ତି ପ୍ରମୁଖ ଉପସ୍ଥିତ ଥାଇ ଅଗ୍ନିପଥ ଯୋଜନା କୁ ଯୁବ ବିରୋଧୀ କହିବା ସହ ଯୋଜନା କୁ ଫେରେଇ ନବା ପାଈଁ ମତାମତ ଦେଇଥିଲେ, ଫେରେଇ ନନେଲେ ଆଗାମୀ ଦିନରେ ବ୍ୟାପକ ଆନ୍ଦାଳନ କରାଯିବ ବୋଲି କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ