ଅଲଣା-୨ ବାଲି ସୈରାତ ପାଇଁ ସର୍ବସାଧାରଣ ଶୁଣାଣୀ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ) :-ନାଉଗାଁ ତହସିଲ ଅନ୍ତର୍ଗତ ଦେବୀନଦୀର ଅଲଣା-୨ ବାଲି ସୈରାତରୁ ବାଲି ଉତୋଳନକୁ ନେଇ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଅଲଣା-୨ ଗ୍ରାମରେ ସର୍ବସାଧାରଣ ଶୁଣାଣୀ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଏହି ଶୁଣାଣୀରେ ଜଗତସିଂହପୁର ଜିଲ୍ଲା ପ୍ରଶାସନ ତରଫରୁ ଜଗତସିଂହପୁର ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଚିନ୍ମୟୀ ବିଶ୍ୱାଳ ଉପସ୍ଥିତ ଥିବା ବେଳେ ତାଙ୍କ ସହିତ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧିକାରୀମାନେ ଉପସ୍ଥିତ ରହି ବାଲି ସୈରାତରୁ ବାଲି ଉତୋଳନ ଉପରେ ସର୍ବସାଧାରଣ ଶୁଣାଣୀ କରିଥିଲେ । ତାଙ୍କ ସହିତ ନାଉଗାଁ ତହସିଲଦାର ଜେ.କଳ୍ପନା ଉପସ୍ଥିତ ଥିବା ବେଳେ ମାଜିଷ୍ଟ୍ରେଟ ଦାୟିତ୍ୱରେ ଅତିରିକ୍ତ ତହସିଲଦାର ନେତ୍ରାନନ୍ଦ ବେହେରା ରହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ