ଡାକ୍ତର ଅଲେଖ ଦାସଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ସ୍ମୃତି ଶ୍ରଦ୍ଧାଞ୍ଜଳି

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡାର ଅବସରପ୍ରାପ୍ତ ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ତଥା ସୁନାମଧନ୍ୟ ଚିକିତ୍ସକ ଡାକ୍ତର ଅଲେଖ ଚନ୍ଦ୍ର ଦାସଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଶ୍ୟାମସୁନ୍ଦରପୁର ପଞ୍ଚାୟତ କଲ୍ୟାଣ ମଣ୍ଡପ ପରିସରରେ ଏକ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଜିଲ୍ଲା ପ୍ରତିଭା ପୂଜା ସଂସଦ ସଭାପତି ପ୍ରଦିପ କୁମାର ମହାନ୍ତିଙ୍କ ସଂଯୋଜନାରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ଡା. ବିଶ୍ୱ ପ୍ରକାଶ କାନୁନଗୋ, ଡା. ସ୍ନେହ ଲତା କାନୁନଗୋ, ଡା. ନାରାୟଣ ସାହୁ, ଡା. ରଶ୍ମୀରଞ୍ଜନ ପାତ୍ର, ଡା. ବିଜୟ କୁମାର ଦାସ, ଅଧ୍ୟାପକ ଅଜୟ ସାମଲ, ଅଧ୍ୟାପକ ଅଜୟ କୁମାର ରାଉତ, ଅଧ୍ୟାପକ ମନୋ-ରଞ୍ଜନ ଦାସ, କେନ୍ଦ୍ରାପଡା ଅର୍ବାନ ବ୍ୟାଙ୍କ ନିର୍ଦେଶକ ଗୁରୁପ୍ରସାଦ ମହାନ୍ତି, ସମାଜସେବୀ ଗାୟତ୍ରୀ ମହାନ୍ତି, ପୂର୍ବତନ ଅର୍ବାନ ବ୍ୟାଙ୍କ ସିଇଓ ସୁଶିଲ କୁମାର ସାମଲ, ଶିକ୍ଷାବିତ ଈଶ୍ୱର ଚନ୍ଦ୍ର ସାହୁ, ଗୋପାଳ ମାହାଲିକ, ଶିକ୍ଷକ ନେତା ଅବନୀ କୁମାର ମହାନ୍ତି, ବରିଷ୍ଠ କଂଗ୍ରେସ ନେତା ପ୍ରଫୁଲ୍ଲ ଦାସ, ବିଜେପି ସଭାପତି କିଶୋର ପଣ୍ଡା, ସୁନାକର ବେହେରା, କମଳନୟନ ଦାସ, ରମାକାନ୍ତ ଦାସ, ସାମ୍ବାଦିକ ଚିତ୍ତରଞ୍ଜନ ଦାସ, ସୋମନାଥ ସାହୁ, ସାବିର ଖାନ, ଲକ୍ଷ୍ମୀକାନ୍ତ ନାୟ. କବୟତ୍ରୀ ଅବନ୍ତୀ ବେହେରା, ଆଡଭୋ-କେଟ ମନୋରଞ୍ଜନ ମହାନ୍ତି, ସ୍ୱର୍ଗତ ଦାସଙ୍କ ପୁତ୍ର ସ୍ୱୟଂଭୁବ ଦାସ, ପୁତ୍ରବଧୁ ଦେବଯାନୀ ଦାସ ପ୍ରମୁଖ ଯୋଗଦେଇ ଡାକ୍ତର ଦାସଙ୍କ ଜୀବନଦର୍ଶ ଉପରେ ଆଲୋକପାତ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଏହି ଅବସରରେ ବାଗ୍‌ଦେବୀ କଳାମନ୍ଦିରର କଣ୍ଠଶିିଳ୍ପୀମାନେ ସଂଗୀତ ନିର୍ଦେଶକ ସତ୍ୟପ୍ରିୟ ଦାସଙ୍କ ନିର୍ଦେଶନାରେ ଭଜନ ପରିବେଷଣ କରିଥିଲେ । ଓଡିଶାର ବିଶିଷ୍ଟ କଣ୍ଠଶିଳ୍ପୀ କୈଳାସ ସାହୁ ସୁମଧୁର ଭଜନ ପରିବେଷଣ କରି ଉପସ୍ଥିତ ଶ୍ରୋତାମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ