କୋର୍ଟର ପ୍ରତିଷ୍ଠା ଦିବସ ଉତ୍ସବରେ ମୁଖ୍ୟ ବିଚାରପତି

ବୁଗୁଡ଼ା, (ଅନିଲ କୁମାର ମହାରଣା) :-ଗଞ୍ଜାମ ଜିଲ୍ଲା ପୋଲସରା ସହରସ୍ଥିତ ଜେଏମଏଫସି କୋର୍ଟ ପରିସରରେ ଶୁକ୍ରବାର ଦିନ କୋର୍ଟ ସ୍ଥାପନର ଦ୍ଵିତୀୟ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଥିବା ବେଳେ ଓଡିଶା ହାଇକୋର୍ଟର ମାନ୍ୟବର ମୁଖ୍ୟ ବିଚାରପତି ଯୋଗ ଦେଇଥିଲେ । ଜୁନ ୧ ତାରିଖରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମାନ୍ୟବର ମୁଖ୍ୟ ବିଚାରପତି ଡ଼ଃ ବିଦ୍ୟୁତ ରଞ୍ଜନ ଷଡଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆଇନର ବିଭିନ୍ନ ଦିଗ ଉପରେ ଆଲୋକପାତ କରିବା ସହ ଜୁଡିସିଆଲ ବ୍ୟବସ୍ଥା ଉପରେ ମଧ୍ୟ ବକ୍ତବ୍ୟ ରଖିଥିଲେ । ଓଡ଼ିଶା ଆଇନଜୀବୀ ସଙ୍ଘର ପୂର୍ବତନ ସଭାପତି ଶିଶିର ପାଢ଼ୀ ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଜିଲ୍ଲା ଦୌରା ଜଜ୍ ଆନନ୍ଦ ଚନ୍ଦ୍ର ବେହେରା, ହାଇକୋର୍ଟର ଷ୍ଟାଣ୍ଡିଙ୍ଗ କାଉନସିଲ ଲଲାଟେନ୍ଦୁ ସାମନ୍ତରା ପ୍ରମୁଖ ଯୋଗଦେଇ ନିଜର ବକ୍ତବ୍ୟ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ଚିନ୍ମୟ ଗୋଛାୟତ, ସବ-ଜଜ୍ ସ୍ୱପ୍ନା ସାଗରିକା ମିଶ୍ର, ପୋଲସରା ଜେଏମଏଫସି ମାଜିଷ୍ଟ୍ରେଟ ପୋଲସରା ଦୀପ୍ତିମୟୀ, କୋଦଳା ଜେଏମଏଫସି ମାଜିଷ୍ଟ୍ରେଟ ବିଜୟଲକ୍ଷ୍ମୀ ଚୌଧୁରୀ , ପୋଲସରା ତହସିଲଦାର ଦିଲ୍ଳୀପ କୁମାର ନାୟକ, ବିଡ଼ିଓ ଧର୍ମରାଜ ପରିଡା, ଏସଡିପିଓ ସୂର୍ଯ୍ୟମଣି ପ୍ରଧାନ, ଆଇଆଇସି ଜିତେନ୍ଦ୍ର କୁମାର ମଲ୍ଲିକ ସମେତ ପୋଲସରା ଅଞ୍ଚଳର ଆଇନଜୀବୀ ମାନେ ଉପସ୍ଥିତ ଥିଲେ। ପୋଲସରା ବାର ଆସୋସିଏସନ ସଭାପତି ସୁଶାନ୍ତ କୁମାର ସାହୁ ଅଧ୍ୟକ୍ଷତା କରିଥିବା ବେଳେ ସୀମାଞ୍ଚଳ ହୋତା ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ଆଇନଜୀବୀ ବ୍ରଜବନ୍ଧୁ ଦଲବେହେରା ମଞ୍ଚ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ