ଜୁଲାଇ ୨୦୨୨ ପାଇଁ ମିଳିତ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ

ବାଲେଶ୍ୱର, (ସରୋଜ ପଣ୍ଡା) :-ତା୨/୭/୨୦୨୨- ବାଲେଶ୍ୱର ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଜୁଲାଇ ମାସ ୨୦୨୨ ବର୍ଷ ପାଇଁ ୪, ୧୧, ୧୮ ଓ ୨୫ ତାରିଖ ଦିନ ଜିଲ୍ଲାର ବିଭିନ୍ନ ବ୍ଲକ କାର୍ଯ୍ୟାଳୟରେ ଅନୁଷ୍ଠିତ ହେବ । ଜୁଲାଇ ୪ ତାରିଖ ଦିନ ଖଇରା ବ୍ଲକ କାର୍ଯ୍ୟାଳୟ, ଜୁଲାଇ ୧୧ ତାରିଖ ଦିନ ସଦର ବ୍ଲକ କାର୍ଯ୍ୟାଳୟ, ଜୁଲାଇ ୧୮ତାରିଖ ଦିନ ଭୋଗରାଇ ବ୍ଲକ କାର୍ଯ୍ୟାଳୟ ଏବଂ ଜୁଲାଇ୨୫ ତାରିଖ ଦିନ ରେମୁଣା ବ୍ଲକ କାର୍ଯ୍ୟାଳୟରେ ଏହା ଅନୁଷ୍ଠିତ ହେବ । ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧୀକ୍ଷକଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଏହି ଶିବିରରେ ଉପସ୍ଥିତ ରହିବେ । ଏଥିରେ ଜନସାଧାରଣ ସେମାନଙ୍କର ବିଭିନ୍ନ ଅଭିଯୋଗ ଉପସ୍ଥାପନ କରିପାରିବେ ।

Spread the love

Leave a Reply

Your email address will not be published.

Advertisement

ଏବେ ଏବେ