ଅଶୋକ ପଣ୍ଡାଙ୍କ ବିୟୋଗ ସାମ୍ବାଦିକ ଜଗତ ପାଇଁ ଅପୂରଣୀୟ କ୍ଷତି – ଓଡ଼ିଶା ନାଗରିକ ମହାମଞ୍ଚ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ବରିଷ୍ଠ ଚିତ୍ର ଉତ୍ତୋଳକ ସାମ୍ବାଦିକ ଅଶୋକ କୁମାର ପଣ୍ଡାଙ୍କ ଆକସ୍ମିକ ବିୟୋଗରେ ଓଡ଼ିଶା ନାଗରିକ ମହାମଞ୍ଚ ପକ୍ଷରୁ ଗଭୀର ଶୋକ ବ୍ୟକ୍ତ କରାଯାଇଛି । ଅଧ୍ୟକ୍ଷ ତଥା ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ ସ୍ମୃତିଚାରଣ ପୂର୍ବକ ମତ ବ୍ୟକ୍ତ କରିଥିଲେ ଯେ ଜଣେ ଦକ୍ଷ, ସଚ୍ଚୋଟ, ନିଷ୍ଠାପର ସାମ୍ବାଦିକ ଭାବରେ ତାଙ୍କର ଅବଦାନ ଚିର ସ୍ମରଣୀୟ ହୋଇ ରହିବ । ଫଟୋ ଉତ୍ତୋଳନ ସହିତ ସେ ଜଣେ ମିଷ୍ଟଭାଷୀ, ସାରସ୍ୱତ ପ୍ରତିଭା ଭାବେ ସର୍ବଦା ନୂତନ ପିଢ଼ିର ସାମ୍ବାଦିକମାନଙ୍କୁ ପ୍ରେରିତ କରୁଥିବେ । ମୁଖପାତ୍ର ଅରବିନ୍ଦ ତ୍ରିପାଠୀଙ୍କ ସହିତ ମଞ୍ଚର ଉପସଭାପତି ପ୍ରଦୀପ ବିଶ୍ୱାଳ, ସଂଯୋଜକ ନାରାୟଣ ଓଝା, ଶିକ୍ଷାବିତ୍ ସୀତା ବଲ୍ଲଭ ମହାପାତ୍ର ପ୍ରମୁଖ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ଓଡ଼ିଶା ସାମ୍ବାଦିକ ଜଗତ ଏକ ଧ୍ରୁବତାରାଙ୍କୁ ହରାଇଲା ବୋଲି କହିଥଲେ ।

Spread the love

Leave a Reply

Your email address will not be published.

Advertisement

ଏବେ ଏବେ