୩୦ ବର୍ଷ ଧରି ବାସନ୍ଦ ଜୀବନ ବିତାଉଛନ୍ତି କଦମା ମାଝି

କଳାହାଣ୍ଡି, (ରଜନୀକାନ୍ତ ମିଶ୍ର) :-ସାମାଜିକ ପ୍ରାଣି ଭାବରେ ମନୁଷ୍ୟକୁ ବଞ୍ଚିବା ନିହାତି ଜରୁରୀ ରହିଅଛି । ସମାଜ ବିନା ମନୁଷ୍ୟ ବଞ୍ଚିବା କେତେ ଯେ, କାଠି କରପାଠ ଯିଏ ଅଙ୍ଗେ ନିଭେଇଛି ସେହିଁ ବୁଝିପାରିବ । ଅନ୍ୟପକ୍ଷରେ ମନୁଷ୍ୟର ଧନ ଯୌବନ ମାନସମ୍ମାନ, ପଦପଦବୀରେ ଥିଲେ ତାକୁ ସମାଜ କେତେ ଯେ ଆଦର କରିଥିଏ । କିନ୍ତୁ ଯେତେ ବେଳେ ଏହି ଜୀବନରୁ ମନୁଷ୍ୟ ବାଦ ପଡେ ସେତେ ବେଳେ ସମାଜ ତାକୁ ଅଳିଆଗଦାରେ ଫୋପାଡ଼ି ଦେଲା ଭଳି ବାହାରେ ଫୋପାଡ଼ି ଦେଇଆସେ । ସମାଜରେ ଅନେକ ବ୍ୟକ୍ତିଙ୍କର ଏହି ଭଳି ଜୀବନ ଯାପନ କରୁଥିବା ନଜିର ରହିଛି । ଅଧିକାଂଶ ସମୟରେ ମନୁଷ୍ୟ ମାରାତ୍ମକ ରୋଗ ଗ୍ରସ୍ତ ହୋଇପଡେ ସେହି ସମୟରେ ଗାଁ ସମାଜ ତାକୁ ବାସନ୍ଦ କରିବା ଭଳି ଦୁଃଖଦ ଓ ଅଭାବନୀୟ ଘଟଣା କେତେ ଯେ ହୃଦୟ ବିଦାରକ ହୋଇଥାଇପାରେ । ବିଶେଷ କରି ସମାଜରେ ଥିବା କେତେକ ବ୍ୟକ୍ତିଙ୍କ ସଚେତନତାର ଅଭାବ ଓ ଅନ୍ଧବିଶ୍ୱାସ ଆଜିବି ଅନେକ ସ୍ଥାନରେ ରହିଅଛି । ଯାହାଫଳରେ କୁଷ୍ଠ ରୋଗୀଙ୍କୁ ଗାଁରୁ ବାସନ୍ଦ କରାଯାଉଛି । ଏହା ଦିନକ ପାଇଁ ନୁହେଁ କି ଦୁଇ ଦିନ ପାଇଁ ନୁହେଁ ଦୀର୍ଘ ୩୦ ବର୍ଷ କାଳ ବାସନ୍ଦ ଜୀବନଯାପନ କରୁଥିବା ଜଣେ ବୁଦ୍ଧଙ୍କ ଜୀବନ ଶୈଳୀ କୁ ନେଇ ଏଠାରେ ଉପସ୍ଥାପନା କରାଯାଇଛି । ଯାହାକି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ ତଳଝାପି ଗ୍ରାମର କଦମା ମାଝୀ ତାଙ୍କୁ କୁଷ୍ଠ ରୋଗ ଗ୍ରାସିଥିବାରୁ ଗାଁରୁ ୧ କିଲୋମିଟର ଦୂରରେ ଏକ ଝାଟିମାଟି କୁଡିଆରେ ୩୦ ବର୍ଷ ପୂର୍ବରୁ ସେ ବାସନ୍ଦ ଜୀବନ ଯାପନ କରୁଛନ୍ତି । କଦମା ମାଝୀ ଏବେ ନିଃସହାୟ, ସମାଜ ତାଙ୍କୁ ଗାଁରୁ ବିତାଡ଼ିତ କରିଦେଇଛି ଏବେ ଅଲୋଡ଼ା ମନୁଷ୍ୟ ଭାବରେ ଜୀବନ ବିତାଉଛନ୍ତି । ପାଖରେ କେହି ନାହାଁନ୍ତି ଲୋକଶୂନ୍ୟ ଆଗଭଳି ଲୋକଙ୍କ କୋଳାହଳ ଶୁଭୁନାହିଁ, କେବଳ ସେହି ଜଙ୍ଗଲର ହିଂସ୍ର ଜୀବଜନ୍ତୁ ହୋଇ ଥାଇପାରନ୍ତି କଦମା ମାଝୀଙ୍କ ଅତି ଆପଣାର, ଖରାବର୍ଷା ଶୀତକାକର ଅମାପ ଅନ୍ଧାର ଭିତରେ ଦିନକାଟୁଛନ୍ତି । କି ଦୁଃଖଦ ଯନ୍ତ୍ରଣା ସାଙ୍ଗକୁ କୁଷ୍ଠ ବ୍ୟାଧିର ଯନ୍ତ୍ରଣା ଏକା ମନୁଷ୍ୟ କିଭଳି ଭାବରେ ଜୀବନ ଅତିବାହିତ କରୁଛନ୍ତି । ତାହା ଭଗବାନଙ୍କୁ ହିଁ ଜଣାଥିବ । ବିଜ୍ଞାନ ର ଅଗ୍ରଗତି ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ମନୁଷ୍ୟ ଧିରେଧିରେ ଅନ୍ଧବିଶ୍ୱାସ କୁ ନେଇ ଜଣେ ମନୁଷ୍ୟ କୁ ଏତେ ବଡ ଦଣ୍ଡର ବ୍ୟବସ୍ଥା କରିବା ଉଚିତ୍ ନୁହେଁ ବୋଲି ପ୍ରାୟ ସମୟରେ ଆଲୋଚନା ର ବିଷୟ ପାଲଟିଛି । ତେବେ ବର୍ତ୍ତମାନର ଶିକ୍ଷିତ ସମାଜ, ସମାଜର ପ୍ରତିଷ୍ଠିତ ମନୁଷ୍ୟ ଏଦିଗରେ କାହିଁକି ସଚେତ ନୁହଁନ୍ତି । କଦମ ମାଝୀ ଭଳି କେତେ ଯେ ମନୁଷ୍ୟ ଏଭଳି ବାସନ୍ଦ ଜୀବନଯାପନ କରୁନଥିବେ ତାହା କହି ହେବନାହିଁ । ଅକାଳରେ କଦମା ମାଝୀ ଭଳି ଅନେକ ନିରୀହ ମନୁଷ୍ୟ ସମାଜରେ ଅଲୋଡ଼ା ଜୀବନ ନେଇ ବଞ୍ଚିଥିବେ । ଏଦିଗରେ ସମାଜ, ସରକାର ଓ ଗାଁର ଭଦ୍ରବ୍ୟକ୍ତି ଓ ଅନ୍ୟମାନଙ୍କର କଣ କର୍ତ୍ତବ୍ୟ ନାହିଁ କି । କାହିଁକି ସମାଜର ଭଦ୍ରବ୍ୟକ୍ତି ଏଭଳି ଅନ୍ଧବିଶ୍ୱାସ କୁ ପ୍ରସୟ ଦେଉଛନ୍ତି । ସମାଜସେବୀ ଓ ସ୍ଵେଚ୍ଛାସେବୀ ମାନେ ଏଠାରେ କାହିଁକି ତାଙ୍କର କର୍ତ୍ତବ୍ୟ ପାଳନ କରୁନାହାନ୍ତି । କୃଷ୍ଣ ରୋଗ ନିରାକରଣ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ କଦମା ମାଝି କିଭଳି ଚିହ୍ନଟ ହୋଇପାରିଲେ ନାହିଁଁ ଏପରି ଅନେକ ପ୍ରଶ୍ନ ଭିତରେ ଛନ୍ଦି ହେବାକୁ ପଡୁଛି । ପ୍ରଶାସନ ପକ୍ଷରୁ ଏହି ବ୍ୟକ୍ତିଙ୍କୁ ଉଦ୍ଧାର କରିବା ଭଳି କିଛି କର୍ତ୍ତବ୍ୟ ଅଛି କି ନାହିଁ, ଏହା ହିଁ ସମ୍ବେଦନଶୀଳ ବିଷୟ ହୋଇପଡିଛି । କଦମ ମାଝୀ ୩୦ ବର୍ଷ କାଳ ବାସନ୍ଦ ରହିଛନ୍ତି । ଅନ୍ତତଃ କଦମା ମାଝୀ ଙ୍କୁ ସରକାରଙ୍କ ପକ୍ଷରୁ ଘରଖଣ୍ତେ ତୋ ଯୋଗାଇ ଦେବାପାଇଁ ବ୍ୟବସ୍ଥା କରିବା ଉଚିତ୍ ଥିଲା, ଚେଇଁ ଶୋଇଛି କି ପ୍ରଶାସନ, କେବଳ ଖାଦ୍ୟ ସୁରକ୍ଷା ଯୋଜନାରୁ ୫ କିଲୋଗ୍ରାମ ଚାଉଳ, ସାମାଜିକ ସୁରକ୍ଷା ଯୋଜନାରୁ ମାସକୁ ୫୦୦ ଶହ ଟଙ୍କା ହିଁ ସାହାଭରସା ତାଛଡା ଅନ୍ୟ କିଛି ବ୍ୟବସ୍ଥା ନାହିଁ , ଗୋଟିଏ ଓଳି ଖାଇଲେ ଆଉ ଗୋଟିଏ ଓଳି ଉପାସରେ ରହିବାକୁ ପଡେ । କଦମା ମାଝୀ କି ଯନ୍ତ୍ରଣା ଜୀବନ କାଟୁଛନ୍ତି ଧନ୍ୟବାଦ ଏହି ମନୁଷ୍ୟ ସମାଜର ମୁରବି ମାନଙ୍କୁ, କେବଳ ସେମାନେ ବାଃହାସ୍ପଟ ମାରିବା ପାଇଁ ଦୂରନ୍ଦର । ପ୍ରକୃତରେ କହିବାକୁ ଗଲେ ସେମାନେ ମିଛମିଛିଆ ସମାଜସେବୀ ବୋଲାଉଛନ୍ତି । ତେଣୁ ଏହି କଦମା ମାଝୀଙ୍କୁ ପ୍ରଶାସନ ପକ୍ଷରୁ ଆବାସ ଯୋଜନାରେ ସାମିଲ କରିବା ସହିତ ଜରୁରୀକାଳୀନ ସେବା ଯୋଗାଇ ଦେବା ନେଇ ଦାବି ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ