ବଜେଟ୍ ଯୁବକଙ୍କୁ ନିରାଶ କରିଛି : ସମାଜବାଦୀ ପାର୍ଟି

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ଆଜି ବିଧାନସଭାରେ ମାନ୍ୟବର ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଦ୍ୱାରା ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ୨ ଲକ୍ଷ କୋଟି ଟଙ୍କାର ଆଗତ ଓଡ଼ିଶା ବଜେଟ କୃଷି ଓ ଜଳସେଚନକୁ ଗୁରୁତ୍ୱ ଦେଇଥିଲା ବେଳେ ବେକାର ଯୁବକଙ୍କୁ ନିରାଶ କରିଛି ବୋଲି ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ କୁହାଯାଇଛି । ପାର୍ଟିର ରାଜ୍ୟ ସଭାପତି ରବି ବେହେରା ଏକ ପ୍ରେସ୍ ବିଜ୍ଞପ୍ତିରେ କହିଛନ୍ତି ଯେ, ଏହି ବଜେଟ ବେକାରୀ ଦୂର କରିବାରେ ସଫଳ ହେବନାହିଁ । ଏହା ବ୍ୟତୀତ ରାଜ୍ୟରେ କ୍ରମାଗତ ବଢି ଚାଲିଥିବା ଦରଦାମ ବୃଦ୍ଧି ନିୟନ୍ତ୍ରଣ କରିବାରେ ବଜେଟ ବିଫଳ । ବଜେଟରେ କୃଷି, ଜଳସେଚନ, ଶିକ୍ଷା, ସାମାଜିକ ନିରାପତ୍ତା ଓ ମିଶନ ଶକ୍ତିକୁ ସରକାର ଗୁରୁତ୍ୱ ଦେଇଥିଲା ବେଳେ ରାଜ୍ୟର ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା ଓ ଭିନ୍ନକ୍ଷମ ଭତ୍ତା ବଢାଇବା ପାଇଁ ବଜେଟରେ ପଦକ୍ଷେପ ନିଆଯାଇ ନାହିଁ । ତେଣୁ ସର୍ବୋପରି ବଜେଟ ନୈରାଶ୍ୟଜନକ ବୋଲି ଶ୍ରୀ ବେହେରା ଏକେ ପ୍ରେସ୍ ବିବୃତ୍ତିରେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ