ଗାୟକ ବ୍ୟାସଙ୍କ ଜୟନ୍ତୀ ପାଳିତ

କୋଣାର୍କ, (ଜ୍ୟୋସ୍ନା ରାଣୀ ପ୍ରସାଦ) :-କୋଣାର୍କ ସନ୍ନିକଟ ବାଙ୍ଗୋର ବରପଦା ସ୍ଥିତ ବିଶ୍ଵଶାନ୍ତି ସେବାଶ୍ରମ ପରିସରରେ ତା ୦୧/୦୭/୨୦୨୨ ରିଖ ଶୁକ୍ରବାର ସନ୍ଧ୍ୟା ୬ ଘଟିକା ସମୟରେ ପୂଜାସ୍ପଦ ଗୁରୁଦେବ ଗାୟକ ବ୍ୟାସ ଶ୍ରୀଯୁକ୍ତ ଲକ୍ଷ୍ମୀଧର ଦାଶ ଙ୍କ ଜୟନ୍ତୀ ଉତ୍ସବ ପୂର୍ବବର୍ଷ ପରି ମହା ସମାରୋହରେ ପାଳିତ ହୋଇ ଯାଇଅଛି । ଗାୟକ ବ୍ୟାସ ପୂଜ୍ୟପୂଜା ପରିଷଦ ପକ୍ଷରୁ ପାଳିତ ହୋଇଥିବା ଉକ୍ତ ଉତ୍ସବରେ ପ୍ରାରମ୍ଭିକ ପର୍ଯ୍ୟାୟରେ ଶିଷ୍ୟ, ଶିଷ୍ୟା, ପ୍ରଶିଷ୍ୟ ଏବଂ ଶୁଭେଚ୍ଛୁ ମାନଙ୍କ ଦ୍ଵାରା ଗୁରୁଙ୍କର ପୂଜା କରାଯାଇଥିଲା । ପରେ ପରେ ଅନୁଷ୍ଠିତ ହୋଇଥିବା ଗୁରୁବାଦ ସଭା ରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ପାଲା ଗାୟକ ପରିଷଦ ର ସାଧାରଣ ସଂପାଦକ ଗାୟକ ଆନନ୍ଦ ବସନ୍ତ କୁମାର ରାଉତ, ମୁଖ୍ୟ ବକ୍ତା ଭାବରେ ଗୌରୀ ମଣ୍ଡଳ ପାଲା ପରିଷଦ ସଭାପତି ଉଲ୍ଲାସ ଚନ୍ଦ୍ର ଷଡ଼ଙ୍ଗୀ , ସମ୍ମାନୀତ ଅତିଥି ଭାବରେ ଗାୟକ ଅରୁଣ ଚକ୍ରଧର ବାରିକ , ରାଜ୍ୟ ପାଲା ଟ୍ରଷ୍ଟ ବୋର୍ଡ ସଂପାଦକ ଗାୟକ ସାରସ ସୁଦର୍ଶନ ମହାପାତ୍ର , ଅର୍କ ମଣ୍ଡଳ ପାଲା ଗାୟକ ପରିଷଦ ସଭାପତି ଗାୟକ ଲଳିତ ଉପେନ୍ଦ୍ର ନାଥ ବେହେରା , ର ସରପଞ୍ଚ  ପ୍ରମୁଖ ଯୋଗଦାନ କରି ଉତ୍କଳୀୟ ପାଲା ସଂସ୍କୃତିରେ ଗାୟକ ବ୍ୟାସ ଶ୍ରୀଯୁକ୍ତ ଲକ୍ଷ୍ମୀଧର ଦାଶ ଶୀର୍ଷକ ଆଲୋଚନାରେ ସୁନ୍ଦର ବକ୍ତବ୍ୟ ରଖିଥିଲେ । ଗାୟକ ବ୍ୟାସ ପୂଜ୍ୟପୂଜା ପରିଷଦ ର ସଂପାଦକ ମଂଗରାଜ ବିଶ୍ଵାଳ ଅତିଥି ପରିଚୟ ଓ ସ୍ବାଗତ ଭାଷଣ ଦେଇଥିବା ବେଳେ  ସଭାପତିତ୍ବ ଅଭିଭାଷଣ ରଖିଥିଲେ ଗାୟକ ଲମ୍ବୋଦର ବେହେରା । ଗାୟକ ବାଚସ୍ପତି ବନବିହାରୀ ଗ୍ରହାଚାର୍ଯ୍ୟ କାର୍ଯ୍ୟକ୍ରମ  ଓ ମଞ୍ଚ ସଂଯୋଜନାକରିଥିଲେ । ଗାୟକ ଅରୁଣ ଚକ୍ରଧର ବାରିକ ଏବଂ ଗାୟକ ସାରସ ସୁଦର୍ଶନ ମହାପାତ୍ର ଙ୍କୁ ଗାୟକ ବ୍ୟାସ ସମ୍ମାନରେ ସମ୍ବର୍ଦ୍ଧିତ କରାଯଇଥିଲା । ଶେଷରେ ପାଲା ପରିବେଷଣ କରିଥିଲେ ଗାୟକ ନନ୍ଦକିଶୋର ସେନାପତି ଏବଂ ଗାୟିକା ସଂଘମିତ୍ରା ବରାଳ । ସମସ୍ତ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ ଗାୟକ ହରିହର ଜେନା, ଅନାଦି ଚରଣ ପ୍ରଧାନ, ହିମାଂଶୁ କୁମାର ବରାଳ, ପ୍ରକାଶ ଚନ୍ଦ୍ର ପାଗଳ, ତ୍ରିଲୋଚନ ନାୟକ, ବସନ୍ତ କୁମାର ମଙ୍ଗ ରାଜ , ପବିତ୍ର ମୋହନ ବାରିକ, ପ୍ରସନ୍ନ କୁମାର ବସ୍ତିଆ, ଅମରଜିତ୍ ମହାନ୍ତି ,ବାଉରୀବନ୍ଧୁ ସାହୁ, ସୁଶାନ୍ତ କୁମାର ସାହୁ, ଜମେଶ୍ୱର୍ ରାଉତ ,ଲକ୍ଷ୍ମୀପ୍ରିୟା ଦାଶ ,ରାମଚନ୍ଦ୍ର ପଣ୍ଡା, ବେଣୁଧର ବେହେରା ,ବିମଳ ପ୍ରସାଦ ଦାଶ , ବିଶ୍ୱଜିତ୍ ପଣ୍ଡା ଏବଂ ଶିବପ୍ରସାଦ ଦାସ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ