ଜିଲ୍ଲାସ୍ତରୀୟ ବନୋମୋହତ୍ସବ

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ ପରିସରରେ ଜିଲ୍ଲାସ୍ତରୀୟ ବନୋମୋହତ୍ସବ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବନ ବିଭାଗ ଓ ଜିଲ୍ଲା ଆଇ ସେବା ସଂଘର ମିଳିତ ଆନୁକୁଲ୍ୟରେ ଜୁଲାଇ ୭ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ । ଜିଲ୍ଲା ଦୈରାଜଜ ସତ୍ୟପୀର ମିଶ୍ର ଓ ଅତିରିକ୍ତ ଦୈରାଜଜ୍ ହେମନ୍ତ କୁମାର ସେଠୀ, ସବଜଜ୍ ସନ୍ତୋଷ କୁମାର ଅଗ୍ରୱାଲ, ସିଭିଲ କୋର୍ଟ ଜଜ୍ ସତ୍ୟବ୍ରତ ରଣା, ଜିଲ୍ଲା ଆଇନ ସେବା ଅଧ୍ୟକ୍ଷ ରବିନାରାୟଣ ବେହେରା, ଜେଏମ୍‌ଏଫ୍‌ସି ସୁଭଲକ୍ଷ୍ମୀ ପ୍ରିୟଦର୍ଶନୀ ପ୍ରମୁଖ ମଞ୍ଚାସୀନ ଅତିଥିଭାବେ ଯୋଗ ଦେଇ ବନୋମୋତ୍ସବ ପାଳନର ବିଭିନ୍ନ ଉପକାରିତା ବିଷୟରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଛାତ୍ରଛାତ୍ରୀମାନେ ଏହି ବନୋମୋହତ୍ସବ ଅବସରରେ ବୃକ୍ଷ ରୋପଣ କରି ପରିବେଶର ବୃକ୍ଷ ସଂଖ୍ୟା ବୃଦ୍ଧି କରାଯିବା ସହ ଏହା ଦ୍ୱାରା କିପରି ଲୋକମାନେ ଅଧିକ ଅମ୍ଲଜାନ ପାଇବେ ଏବଂ ସୁସ୍ଥ ରହିବେ ସେ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞାନ ନିରୀକ୍ଷକ ସାତ୍ମିକ କୁମାର ପଟ୍ଟନାୟକ ଓ ସୁରେନ୍ଦ୍ର ପାତ୍ର ପ୍ରମୁଖ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ