ଜିରାଙ୍ଗରେ ରଥଟଣା ଶେଷ

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅଧିନ ଜିରାଙ୍ଗ ଗ୍ରାମରେ ଶ୍ରୀ ବଳଦେବ ଜୀଉଙ୍କ ରଥଟଣା ବହୁ ଆଡ଼ମ୍ବର ସହକାରେ ଶନିବାର ଶେଷ ହୋଇଯାଇଛି l ଚାରିଆଡ଼େ ରଥଯାତ୍ରା ଦିନ ରଥ ଟଣା ହେଉଥିବା ବେଳେ ଏଠାରେ କିନ୍ତୁ ଅଲଗା l ଏକ ନିଆରା ଢଙ୍ଗରେ ରଥଯାତ୍ରା ପାଳନ କରାଯାଇଥାଏ l ରଥ ଯାତ୍ରା ଦିନ ଶ୍ରୀ ଜୀଉଙ୍କୁ ପହଣ୍ଡି ବିଜେ କରି ରଥ ଉପରେ ପ୍ରଭୁ ଦର୍ଶନ ଦେଇଥାନ୍ତି l ପର ଦିନ ହିଁ ରଥଟଣା ହୋଇଥାଏ l ମନ୍ଦିର ପୁଜାରୀ ରୀତି ନୀତି ଅନୁସାରେ ନୀତିକାନ୍ତି ଶେଷ କରିଥାନ୍ତି I ଆଜି ଦିନ ୧୨ ଟାରେ ରଥ ଟଣା କାର୍ଯ୍ୟକ୍ରମ ଆରମ୍ଭ ହୋଇ ଗୁଣ୍ଡିଚା ମନ୍ଦିରରେ ପହଂଚି ଥିଲେ I କରନା କଟକଣା ଯୋଗୁଁ ଗତ ଦୁଇ ବର୍ଷ ହେବ ରଥ ଯାତ୍ରା ବନ୍ଦ ଥିବା ବେଳେ ଚଳିତ ବର୍ଷ ଉକ୍ତ ରଥ ଯାତ୍ରା ଭକ୍ତ ଙ୍କ ଗ୍ରହଣରେ ଅନୁଷ୍ଠିତ ହେଉଥିବାରୁ ସ୍ଥାନୀୟ ଅଞ୍ଚଳର ସହତି ବହୁ ପୋଡେଶୀ ଜିଲ୍ଲା ଆନ୍ଧ୍ର ପ୍ରଦେଶରୁ ମଧ୍ୟ ହାଜର ହଜାର ସଂଖ୍ୟା ରେ ବଳଦେବ ପ୍ରେମୀ ଦର୍ଶନ କରିବା ପାଇଁ ଆସିଥାନ୍ତି l ଆଜି ବଡ଼ ଦାଣ୍ଡରେ ଭକ୍ତ ଭଗବାନଙ୍କର ମିଳନ ହୋଇଛି । ପ୍ରଥମ କରି ମିନା ବଜାର ଆସିଥିବା ବେଳେ ସନ୍ଧ୍ୟା ସମୟ ରେ ପୁରା ଭିଡ଼ ଜମିଥିବା ଦେଖିବାକୁ ମିଳିଥିଲା l ରାୟଗଡ଼ ଥାନା ଅଧିକାରୀ ଗୋବିନ୍ଦ ଗୌଡ ଶାନ୍ତି ଶୃଙ୍ଖଳା ରକ୍ଷା କରିଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ