ବର୍ଷା ପାଗ ସତ୍ତ୍ୱେ ଚଳଚଞ୍ଚଳ ଯାତ୍ରା ବଜାର

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ ଜଗନ୍ନାଥଙ୍କ ରଥ ଯାତ୍ରା ବେସ ଚଳଚଞ୍ଚଳ ହୋଇଥିବାର ଦେଖିବାକୁ ମିଳୁଛି । ସକାଳୁ ବର୍ଷା ଏବଂ ଝିପିଝିପି ବର୍ଷା ଲାଗି ରହିଥିଲେ ମଧ୍ୟ ୩ଜୀଉଙ୍କ ରଥ ଯାତ୍ରା ଦେଖିବାପାଇଁ ପାରଳାଖେମୁଣ୍ଡି ସହର ବ୍ୟତୀତ ନିକଟସ୍ଥ ଅଞ୍ଚଳ, ବିଭିନ୍ନ ବ୍ଲକ ତଥା ପଡୋଶୀ ରାଜ୍ୟରୁ ଶଦ୍ଧାଳୁମାନେ ଭିଡ ଜମାଇଥିବାର ଦେଖିବାକୁ ମିଳିଥିଲା । ସକାଳୁ ସହରରେ ବର୍ଷା ଲାଗି ରହିଥିଲେ ମଧ୍ୟ ଏବଂ ପରେ ଝିପି ଝିପି ବର୍ଷା ଚାଲିଥିଲେ ମଧ୍ୟ ଭକ୍ତ ତଥା ଶ୍ରଦ୍ଧାଳୁମାନେ ୩ଠାକୁରଙ୍କୁ ଦେଖିବା ପାଇଁ ବେସ ଉତ୍ସାହ ତଥା ଉଦ୍ଦୀପନା ସହ ଦର୍ଶନ କରିଥିଲେ । ବିଗତ କିଛି ଦିନ ହେବ ଖରା ତାତି ଯୋର ଧରିଥିଲେ ମଧ୍ୟ ବର୍ତ୍ତମାନ ଏହି ବର୍ଷା ଶ୍ରଦ୍ଧାଳୁମାନଙ୍କୁ କିଛିଟା ସନ୍ତୋଷ ପ୍ରକାଶ କରିଛି ଏବଂ ଭକ୍ତମାନେ ବର୍ଷାକୁ ଖାତିର ନକରି ଠାକୁରଙ୍କ ଦର୍ଶନ କରିବା ସହ ତାଙ୍କର ପୂଜାର୍ଚ୍ଚନା କରିଛନ୍ତି । ଯାତ୍ରା ଅବସରରେ ବିଭିନ୍ନ ସ୍ଥାନରେ ଅସ୍ଥାୟୀ ଷ୍ଟଲଗୁଡିକ ଖୋଲାଯାଇଛି । ଯେଉଁଥିରେ ବିଭିନ୍ନ ପ୍ରକାର ଖାଦ୍ୟ ସାମଗ୍ରୀ ବିକ୍ରିବଟା କରାଯିବା ସହ ଠାକୁରଙ୍କ ନିକଟରେ ଭୋଗ କରିବା ପାଇଁ ନଡିଆ, କଦଳୀ, ଧୂପକାଠି ଚନ୍ଦନ ଇତ୍ୟାଦି ବିକ୍ରି ହେଉଛି । ଯାତ୍ରା ପାଇଁ ମୀନାବଜାର ଏବଂ ବିଭିନ୍ନ ପ୍ରକାର ଦୋଳି ମଧ୍ୟ ସୁସଜ୍ଜିତ ଢଙ୍ଗରେ ସଜ୍ଜିତ କରାଯାଇଛି । ଦୁର୍ଗମ ଅଞ୍ଚଳରୁ ଆସୁଥିବା ଭକ୍ତମାନେ ପୂଜାର୍ଚ୍ଚନା ସାରି ଏହି ଦୋଳିର ମଜା ଉଠାଉଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ