ଉତ୍କଳମଣି ଗୋପବନ୍ଧୁଙ୍କ ପୁଣ୍ୟ ତିଥିରେ ରକ୍ତଦାନ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୯୪ତମ ଶ୍ରାଦ୍ଧ ଦିବସ ଅବସରରେ ସମାଜ ପକ୍ଷରୁ ଉତ୍କଳ ସାମ୍ବାଦିକ ଭବନ ପରିସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଭୁବନେଶ୍ୱର ମେୟର ସୁଲୋଚନା ଦାସ, ରକ୍ତଭଣ୍ଡାର ଅଧିକାରୀ ଡ. ଦେବାଶିଷ ମିଶ୍ରଙ୍କ ସହିତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ରହି ରକ୍ତଦାନ ଶିବିରକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ରକ୍ତଦାନ ମହାପୁଣ୍ୟ ସହିତ ସମସ୍ତେ ରକ୍ତଦାନ କରିବା ପାଇଁ ଆଗେଇ ଆସିବାକୁ ଅତିଥିମାନେ ମତବ୍ୟକ୍ତ କରିଥିଲେ । ରକ୍ତଦାନ କରିଥିବା ପ୍ରମୁଖ ବ୍ୟକ୍ତିବିଶେଷମାନଙ୍କ ମଧ୍ୟରେ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ମୁଖପାତ୍ର ଅରବିନ୍ଦ ତ୍ରିପାଠୀ, ସମାଜ-ସେବୀ ଲୋକନାଥ ଦାସ, ସାମ୍ବାଦିକ ଅଜିତ ଶତପଥୀଙ୍କ ସହିତ ବହୁ ବ୍ୟକ୍ତିବିଶେଷ ଉପସ୍ଥିତ ହୋଇ ରକ୍ତଦାନ କରିଥିଲେ । ଉକ୍ତ ଶିବିରକୁ ପରିଚାଳନା କରିଥିଷଲ ଶୁଚିସ୍ମିତା ସାହୁ, ପ୍ରତାପ, ମନୋଜ, ପ୍ରିୟବ୍ରତ ପ୍ରମୁଖ । ପ୍ରାୟ ୭୦ରୁ ଉର୍ଦ୍ଧ୍ୱ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ