ନଦୀରେ ମାଛ ଧରୁ ଧରୁ ସ୍ରୋତରେ ଭାସି ବୃଦ୍ଧ ମୃତ

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :-ମୟୂରଭଂଜ ଜିଲ୍ଲାର ବହଳଦା ଥାନା ଅନ୍ତର୍ଗତ ଗୁଣ୍ଡୁରିଆ ଗ୍ରାମ ନିକଟରେ ଗୁରିଆ ନଦୀରେ ବିଜୁ ସେତୁ ନିର୍ମାଣାଧୀନ ପୋଲ ପାଖରେ ନଦୀରେ ଗୁଣ୍ଡୁରିଆ ଗ୍ରାମର ବୃଦ୍ଧ ମାଛ ଧରୁ ଧରୁ ନଦୀ ସ୍ରୋତରେ ଭାଷିଯାଇ ମୃତ୍ୟୁ ବରଣକରିଛି । ସୂଚନାଯୋଗ୍ୟ ଗୁଣ୍ଡୁରିଆ ଗ୍ରାମର ଗାନେ ବାସ୍କେ(୬୫) ଆଜି ସକାଳ ୭ ଟା ପାଖାପାଖି ସମୟରେ ନିର୍ମାଣଧୀନ ବିଜୁ ସେତୁ ନିକଟରେ ଗୁରିଆ ନଦୀରେ ମାଛ ଧରୁଥିଲେ । ବିଜୁ ସେତୁ ପୋଲତଳେ ନିର୍ମାଣ ସାମଗ୍ରୀ ଥିଲା । ବର୍ଷା ପାଣି ଯୋର ଆସୁଥିବାରୁ ଠିକାଦାର ସେହି ସାମଗ୍ରୀ ବାହାରକୁ ନେଇ ଯାଇ ପାଣି ଘାଇ ଖୋଲି ଦେଇଥିଲେ ।ଫଳରେ ପାଣିର ସ୍ରୋତ ବଢ଼ି ଯାଇଥିଲା ।ତଳ ମୁଣ୍ଡରେ ଗାନେ ବାସ୍କେ ମାଛ ଧରୁଥିବାବେଳେ ପ୍ରବଳ ସ୍ରୋତରେ ଭାସି ଯାଇଥିଲେ । ଖବର ପାଇ ଗ୍ରାମବାସୀ ରାଇରଙ୍ଗପୁର ଅଗ୍ନିଶମ ବିଭାଗକୁ ଜଣାଇଥିଲେ । ଅଗ୍ନିଶମ ବିଭାଗ ଅଧିକାରୀ ଲିଡିଂ ଫାୟାର ମେନ୍ ସୁନ୍ଦର ସୋରେନଙ୍କ ନେତୃତ୍ବରେ ଫାୟାର ମେନ୍ ସୁଶାନ୍ତ ନାୟକ, ବନମାଳି କିଷାନ, ରଶ୍ମି ରଂଜନ ନାୟକ, ଖେଲାରାମ ମାରାଣ୍ଡି ପ୍ରମୁଖ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ଦିର୍ଘ ୩ ଘଣ୍ଟା ଖୋଜାଖୋଜି କଲାପରେ ଘଟଣାଠାରୁ ୧ କିମି ଦୂରରେ ନଦୀରୁ ବୁଡିଥିବା ଅବସ୍ଥାରେ ଉଦ୍ଧାର କରିଥିଲେ । ସେତେବେଳକୁ ପ୍ରାଣବାୟୁ ଉଡି ଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ