ସମ୍ମିଳିତ କର୍ମଜୀବି ସାମ୍ବାଦିକ ମହାସଙ୍ଘ ତରଫରୁ ଆଲୋଚନା ଚକ୍ର ଅନୁଷ୍ଠିତ

କରଞ୍ଜିଆ, (ଜିତେନ୍ଦ୍ର ରାଜ) :-ସମ୍ମିଳିତ କର୍ମଜୀବି ସାମ୍ବାଦିକ ମହାସଙ୍ଘ ଓଡିଶା, ମୟୁରଭଞ୍ଜ ଶାଖା ର କାର୍ଯ୍ୟକାରିଣୀ ବୈଠକ ଓ ଆଲୋଚନା ଚକ୍ର ସ୍ଥାନୀୟ ରାମ ବାଟିକା ପରିସର ରେ ଦୁଇଟି ସୋପାନ ରେ ଅନୁଷ୍ଠିତ ହୋଇଯାଇଛି I ପ୍ରଥମେ ସୋପାନ ରେ ଶିକ୍ଷାବିତ ଡ଼ ଭାଗବତ ଲେଙ୍କା ଙ୍କ ଅଧ୍ୟକ୍ଷତା ରେ ଏକ କବି ସମ୍ମିଳିନୀ ଅନୁଷ୍ଠିତ ହୋଇଥିବା ବେଳେ ସଙ୍ଘ ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଡ଼ ପିତବାସ ମିଶ୍ର ମୁଖ୍ୟ ଅତିଥିଭାବେ ଯୋଗ ଦେଇ କାର୍ଯ୍ୟକ୍ରମ କୁ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ I ଏହି କବି ସମ୍ମିଳନି ରେ କବି ଉମେଶ ଚନ୍ଦ୍ର ପତି, ମିତାଭାନୁ ତନ୍ତି, ପତିତପାବନ ଗିରି, ବିଘ୍ନେଶ୍ୱର ମହାନ୍ତ, ମଞ୍ଜୁଶ୍ରୀ ମହାନ୍ତ, ମନହୋର ପାତ୍ର, ନୃସିହ ସିଂ, ରବୀନ୍ଦ୍ର ମହାନ୍ତ, ଭରତ ଚନ୍ଦ୍ର ଦାଶ ଓ ଡ଼ ଭାଗବତ ଲେଙ୍କା ଯୋଗ ଦେଇ ସ୍ୱ ରଚିତ କବିତା ପାଠ କରିଥିବାବେଳେ ସ୍ଵାତି ଚୌଧୁରୀ, ବିଜୟଶ୍ରୀ ମହାରନା, ଶୁଭଦ୍ରା ଚୌଧୁରୀ ଭଜନ ଗାନ କରିଥିଲେ, ଏହି ସମ୍ମିଳନି ର ଉଦଘାଟନ ରେ କୁନି ନୃତ୍ୟଶିଳ୍ପୀ ବି ଏମ ବିସ୍ମୟୀ ମହାନ୍ତ ଓଡିଶା ନୃତ୍ୟ ପରିବେଶଣ କରିଥିଲେ I ପରେ ସଂଘର ରାଜ୍ୟ ସଭାପତି ଭାଗବତ ଚନ୍ଦ୍ର ତ୍ରିପାଠୀ ଙ୍କ ଅଧ୍ୟକ୍ଷତା ରେ ଆରମ୍ଭ ହୋଇଥିଲେ ଦ୍ୱିତୀୟ ସୋପାନ ର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ I ଏଥିରେ ଅତିଥିଭାବେ ରାଷ୍ଟ୍ରୀୟ ସଭାପତି ପୀତବାସ ମିଶ୍ର, ରାଜ୍ୟ ସମ୍ପାଦକ ତପନ ମହାରଣ୍ୟ ଶର୍ମା, ବିଶ୍ଵବାଣୀ ର ସମ୍ପାଦକ ଅର୍ଜୁନ ଚନ୍ଦ୍ର ମୁଦୁଲି, କରଞ୍ଜିଆ ଏନ ଏ ସି ର ଉପ ନଗରପାଳ ସରୂପ କୁମାର ପରିଜା, ସମାଜସେବୀ ବିଷ୍ଣୁ କୁମାର ଆଗ୍ରୱାଲ, ଅନୀଲ କୁମାର ସାହୁ, ନୃଶହ୍ଣ ସିଂ, ଶିକ୍ଷାବିତ ଡ଼ ଭାଗବତ ଲେଙ୍କା, ମୁରଲୀ ଧର ମିଶ୍ର, ସୁନୀଲ କୁମାର ମିଶ୍ର, ଯୁଗ୍ମ ସମ୍ପାଦକ ଦିଲ୍ଲୀପ କୁମାର ଦାସ ପ୍ରମୁଖ ମଂଚାସୀନ ହୋଇ ସାମ୍ବାଦିକ ମାନଙ୍କୁ ସତ୍ୟ ଖବର ପରିବେଶଣ କରିବାକୁ ଆହ୍ୱାନ କରିବା ସହିତ ମୟୁରଭଞ୍ଜ ଜିଲ୍ଲା ରେ ସଙ୍ଘ କିପରି ସଂଘଠିତ ହେବା ପରାମର୍ଶ ଦେଇଥିଲେ ଓ ଆଜିର ଆଲୋଚ୍ୟ ବିଷୟ ବସ୍ତୁ ମୟୁରଭଞ୍ଜ ଜିଲ୍ଲା ପ୍ରୋଗତି ରେ ଗଣମାଧ୍ୟମ ର ଭୂମିକା ଉପରେ ଆଲୋଚନା କରିଥିଲେ ପରେ ସାମ୍ବାଦିକ ସୁନୀଲ କୁମାର ମିଶ୍ର, ଅର୍ଜୁନ କୁମାର ମୁଦୁଲି, ସୁନୀଲ କୁମାର ମିଶ୍ର, ନୃସିଂହ ସିଂ, ଶିକ୍ଷାବିତ ଡ଼ ଭାଗବତ ଲେଙ୍କା, ସମାଜସେବୀ ବିଷ୍ଣୁ କୁମାର ଆଗ୍ରୱାଲ, କୁନି ନୃତ୍ୟ ଶିଳ୍ପୀ ବି ଏମ ବିସ୍ମୟୀ ମହାନ୍ତ ଙ୍କୁ ସଙ୍ଘ ପକ୍ଷରୁ ସମ୍ବୋର୍ଦ୍ଧନା ଦିଆଯାଇଥିଲା, କାର୍ଯ୍ୟକ୍ରମ କୁ ମଦନ କୁମାର ସାହୁ, ସଂଜୟ ଓଝା, ସଞ୍ଜୟ ଷଡ଼ଙ୍ଗୀ, ଅନୀଲ କୁମାର ସାହୁ, ଶୁକଦେବ ଖୋଟୁଆ, ସମ୍ବିତ ତ୍ରିପାଠୀ ପ୍ରମୁଖ ପରିଚାଳନା କରିଥିବାବେଳେ ଶୁକଦେବ ଖୋଟୁଆ ସମସ୍ତ ଙ୍କୁ ଧନ୍ୟବାଦ ଦେଇଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ