ଓଡ୍ର ଖଣ୍ଡାୟତ କାଳଞ୍ଜି ସମାଜ ଖଇରପୁଟି ମଣ୍ଡଳ କର୍ମକର୍ତ୍ତା ଚୟନ

ଗାଙ୍ଗପୁର, (ସନ୍ତୋଷ ବିଶୋଇ) :-ବେଲଗୁଣ୍ଠା ବ୍ଳକ୍ ମାଆ ବୁଢାକେନ୍ଦୁ ମନ୍ଦିର ପ୍ରାଙ୍ଗଣରେ ବନ୍ଥପଲ୍ଲୀ ଅଞ୍ଚଳର ଖଇରପୁଟି ମଣ୍ଡଳ ପାଇଁ ଓଡ୍ର ଖଣ୍ଡାୟତ କାଳଞ୍ଜି ସମାଜର ନୂତନ କର୍ମକର୍ତ୍ତା ଚୟନ ହୋଇଯାଇଛି I ଏହି ଅବସରରେ ନିର୍ବାଚନ ଅଧିକାରୀ ଭାବେ ଯୋଗ ଦେଇଥିବା ରମେଶ ରାଉତ ଯୋଗ ଦେଇଥିବା ବେଳେ ବନ୍ଥପଲ୍ଲୀ ଅଞ୍ଚଳ ପରିଷଦର ସଭାପତି ସୀତାରାମ ଜେନାଙ୍କ ଅଧ୍ୟକ୍ଷତାରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା I ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ନିଖିଳ ଉତ୍କଳ ଉଡ୍ର ଖଣ୍ଡାୟତ କାଳଞ୍ଜି ସମାଜ ବନ୍ଥପଲ୍ଲୀ ଅଞ୍ଚଳ ପରିଷଦର ସାମନ୍ତ ଦିଲ୍ଲୀ ରଣସିଂହା ସାମନ୍ତ ,ଝାଡ଼ଭୂମି ମଣ୍ଡଳ ସଭାପତି ସୋମନାଥ ନନ୍ଦ, ବିଷ୍ଣୁଚକ୍ର ମଣ୍ଡଳ ସଭାପତି କାଳୀ ଚରଣ ନାୟକ, ଜିଲିବା ମଣ୍ଡଳ ସଭାପତି ଅଭିରାମ ସ୍ଵାଇଁ, ଲାଠିପଡ଼ା ମଣ୍ଡଳ ସଭାପତି,ସମ୍ପାଦକ ରାଜ୍ କୁମାର ବିଷୋୟୀ ପ୍ରମୁଖ ଉପସ୍ଥିତ ଥିଲେ I ଏହି ଅବସରରେ ସର୍ବ ସମ୍ମତି କ୍ରମେ ଖଇରପୁଟି ମଣ୍ଡଳ ପାଇଁ, ସଭାପତି ଭାବେ କେଦାର ଚନ୍ଦ୍ର ବିଷୋୟୀ ଉପସଭାପତି ଭାବେ ସୁରେନ୍ଦ୍ର କୁମାର ଜେନା, ସମ୍ପାଦକ ଭାବେ ଦିଗାମ୍ବର ଜେନା, କୋଷାଧ୍ୟକ୍ଷ ଭାବେ ନାଇନା ବିଷୋୟୀ ଏବଂ ସଂଗଠନ ସମ୍ପାଦକ ଭାବେ ବାଇଚାନ୍ଦ୍ ସ୍ୱାଇଁ ମନୋନୀତ ହୋଇଥିଲେ I ଏଥିରେ ବଡ଼ପଡ଼ା, କ୍ଷତ୍ରୀୟବରପୁର, ଗାଙ୍ଗପୁର, ଖଇରପଟି, ନୀମୀନା, କେନ୍ଦୁପଦର, ମୁନିଗାଡ଼ି, ଶାସନ, ବେଣାପାଟ ପଞ୍ଚାୟତର କାଳଞ୍ଜି ସମାଜ ସଭାପତି, ଉପସଭାପତି ଏବଂ ସମ୍ପାଦକ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ I ସମ୍ପାଦକ ଦିଗାମ୍ବର ଜେନା ଧନ୍ୟବାଦ ଜ୍ଞାପନ କରିଥିଲେ I

Spread the love

Leave a Reply

Your email address will not be published.

Advertisement

ଏବେ ଏବେ