ବାଇକ୍ ଦୁର୍ଘଟଣାରେ ଜଣେ ମୃତ୍ୟୁ ଓ ଜଣେ ଆହତ

ବୁଗୁଡ଼ା, (ଅନିଲ କୁମାର ମହାରଣା) :-ଗଞ୍ଜାମ ଜିଲ୍ଲା, ପୋଲସରା ପୋଲିସ ଥାନା ଅନ୍ତର୍ଗତ ମା’ ସିଂହାସନୀ ପୀଠ ଠାରୁ ଅଳ୍ପ ଦୂରରେ ବାଇକ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଯୁବକ ଆହତ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ପ୍ରକାରେ ଜୁଲାଇ ୦୩ ତାରିଖ ଦିନ କବିସୂର୍ଯ୍ୟ ନଗର ବ୍ଳକ ଅନ୍ତର୍ଗତ ଦେଓଗାଁ ଗ୍ରାମର ନାରାୟଣ ପ୍ରଧାନ ଓ ବାପୁଜୀ ପୋଲେଇ ପୋଲସରା ଠାରୁ ୨୫ କିଲୋମିଟର ଦୂରରେ ପ୍ରତିଷ୍ଠିତ ମା’ ସିଂହାସନୀଙ୍କ ମନ୍ଦିରକୁ ଦର୍ଶନ ପାଇଁ ଯାଇଥିଲେ । ଅପରାହ୍ନରେ JH 01 CG 7624 ନମ୍ବର ବାଇକ ଯୋଗେ ଫେରିବା ସମୟରେ ମା’ ସିଂହାସନୀ ମନ୍ଦିର ଠାରୁ ପ୍ରାୟ ଅଧ କିଲୋମିଟର ଦୂର ବଡ଼ତୈଳ ଗ୍ରାମ ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡ଼ର ଏକ ଗଛକୁ ଧକ୍କା ହୋଇଥିଲା । ଦୁର୍ଘଟଣାରେ ବାପୁଜୀ ପୋଲେଇ (୨୫)ଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଯୁବକ ନାରାୟଣ ପ୍ରଧାନ ଆହତ ହୋଇଛନ୍ତି । ଖବର ପାଇ ପୋଲସରା ପୋଲିସ ଦୁର୍ଘଟଣା ସ୍ଥଳରେ ପହଞ୍ଚି ମର ଶରୀରକୁ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ଜଣାପଡିଛି ।

Spread the love

Leave a Reply

Your email address will not be published.

Advertisement

ଏବେ ଏବେ