ଦଣ୍ଡାସୀ କୁଳ ମହାସଂଘ ସାଧାରଣ ବୈଠକ ଓ ନୂତନ କର୍ମକର୍ତ୍ତା ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ) :-ଦଣ୍ଡାସୀ କୁଳ ମହାସଂଘ ପକ୍ଷରୁ ରବିବାର ଦିନ ସାନଖେମୁଣ୍ଡି ବ୍ଳକ ସାହାସପୁର ହାଟପଦା ନିକଟସ୍ଥ ଗଙ୍ଗାଦେବୀ ମନ୍ଦିର ପ୍ରାଙ୍ଗଣ ରେ ଏକ ସାଧାରଣ ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିବା ଜଣାପଡ଼ିଛି । ସାନଖେମୁଣ୍ଡି ତାଲୁକା ଆନୁକୁଲ୍ୟରେ ଆୟୋଜିତ ମହାସଭା ରେ ପ୍ରଶାନ୍ତ କୁମାର ନାୟକ ମୁଖ୍ୟ ଅତିଥିଭାବେ ଯୋଗଦେବା ସହ ସଭାକାର୍ଯ୍ୟକୁ ପରିଚାଳନା ମଧ୍ୟ କରିଥିଲେ । ଏଥିରେ ପ୍ରଦୀପ କୁମାର ନାୟକ , ଅଶୋକ କୁମାର ନାୟକ , ରମେଶ ନାୟକ , ଭଗବାନ ନାୟକ , କାଶି ବିଶ୍ୱନାଥ ନାୟକ , ଶିବ ନାୟକ , ଅଭିରାମ ନାୟକ , ଗୋବିନ୍ଦ ଚନ୍ଦ୍ର ନାୟକ , ଗୋବିନ୍ଦ ବିହାରୀ ନାୟକ ପ୍ରମୁଖ ସମ୍ମାନୀୟ ଅତିଥି ରୂପେ ମଞ୍ଚାସୀନ ରହିଥିଲେ । ଏହି ପରିପ୍ରେକ୍ଷୀରେ ବିଭିନ୍ନ ତାଲୁକାରୁ ଆସିଥିବା ମହାସଂଘ ସଦସ୍ୟଙ୍କ ଉପସ୍ଥିତିରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକ ରେ ସର୍ବ ସମ୍ମତିକ୍ରମେ କ୍ରମେ ମହାସଂଘର ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା । ଅର୍ଜୁନ ନାୟକଙ୍କୁ ମହାସଂଘର ଅଧ୍ଯକ୍ଷ ଭାବେ ମନୋନୀତ କରାଯାଇଥିବା ବେଳେ ତ୍ରିନାଥ ନାୟକ ଙ୍କୁ ସଭାପତି , ସିମାଞ୍ଚଳ ନାୟକଙ୍କୁ ଉପସଭାପତି , କୈଳାସ ନାୟକଙ୍କୁ ସଂପାଦକ , ପ୍ରଦୀପ ନାୟକଙ୍କୁ ସହ ସଂପାଦକ , ରଞ୍ଜନ ନାୟକଙ୍କୁ କୋଷାଧ୍ୟକ୍ଷ , କାଳୁ ଚରଣ ନାୟକ ଙ୍କୁ ପତ୍ର ବାହାକ , କାର୍ଯ୍ୟକାରୀ କମିଟିର ସଦସ୍ୟ ଭାବରେ ବାବୁ ନାୟକ , କାମଦେବ ନାୟକ , ବୁଲୁ ନାୟକ , ଜଗନ୍ନାଥ ନାୟକ , ମାଧବ ନାୟକ ଓ ଦେବେନ୍ଦ୍ର ନାୟକଙ୍କୁ ମନୋନୀତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବଡଖେମୁଣ୍ଡି, ବଡଗଡ, ସାନଖେମୁଣ୍ଡି, ଧରାକୋଟ ତାଲୁକା ସମେତ ଅନ୍ୟାନ୍ୟ ତାଲୁକାର ବହୁ କର୍ମକର୍ତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସହଯୋଗ ପ୍ରଦାନ କରିଥିଲେ ।
Spread the love

Leave a Reply

Your email address will not be published.

Advertisement

ଏବେ ଏବେ