ମାଟିଖାଲ ମଣ୍ଡଳ ସ୍ତରୀୟ ସାଉଁଟିଆ ସମାଜ ମହାସଂଘ ର ସଚେତନତା ଅଭିଯାନ

ଛତ୍ରପୁର, (ଦେବଦତ୍ତ ମହାରଣା) :-ମାଟିଖାଲ ଗ୍ରାମର ବାତ୍ୟା ଆଶ୍ରୟ ସ୍ଥଳୀ ଠାରେ ମାଟିଖାଲ ମଣ୍ଡଳ ଅନ୍ତର୍ଗତ ଚନ୍ଦ୍ରପଦା, ମାଟିଖାଲ, ମାୟପାଟଣା , ଚଷା କଣମଣା ଚାରି ଖଣ୍ଡ ଗ୍ରାମର ଗ୍ରାମ୍ୟ କମିଟିର  ଉପସ୍ଥିତିରେ ଡା. ଦୁର୍ଯ୍ୟୋଧନ ପ୍ରଧାନଙ୍କ ପୌରହିତ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା l ସମାଜ ର ସ୍ଥିତି, ପୁନଃଗଠନ ଏବଂ ଖର୍ଚ୍ଚ ହିସାବ ପ୍ରତ୍ୟେକ ଗ୍ରାମର ଜାତୀୟ ସଭ୍ୟ ଓ ମଣ୍ଡଳ ସଭାପତି ନିର୍ବାଚନ ପାଇଁ ଆସନ୍ତା 10 ତାରିଖ ଦିନ ଚଷା କଣମଣା ଗ୍ରାମ ଠାକୁରାଣୀ ମନ୍ଦିର ନିକଟରେ କରାଯିବା ନିମନ୍ତେ ଗୃହୀତ ହେଲା l ଏହି ବୈଠକରେ ସାଉଁଟିଆ କୁଳ ସମାଜର ଭାଗିରଥି ପ୍ରଧାନ, ସୁଦର୍ଶନ ପ୍ରଧାନ, ସୁରେଶ ପ୍ରଧାନ, ସ୍ଵପ୍ନେଶ୍ଵର ପ୍ରଧାନ, ପଞ୍ଚାନନ ପ୍ରଧାନ, ବାବୁଲା ପ୍ରଧାନ, ନୀଳାଦ୍ରି ପ୍ରଧାନ, ମୁନା ପ୍ରଧାନ, ରାଜୁ ପ୍ରଧାନ, ପ୍ରମୋଦ ପ୍ରଧାନ, ଦେବ ପ୍ରଧାନ, ଆପନ୍ନା ପ୍ରଧାନ, ଅର୍ଜୁନ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ l ଶେଷରେ ନୀଳାଦ୍ରି ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ