ଝୁଣାବାଡିରେ ଅଭିନବ ଅମ୍ଳଜାନ ଉଦ୍ୟାନ ପ୍ରକଳ୍ପର ଶୁଭାରମ୍ଭ  

ହାଟଡିହି, (ବିକାଶ ବିଶ୍ୱାଳ) :-ହାଟଡିହି ବ୍ଲକ ପଢ଼ିଆରିପଲ୍ଲୀ ପଞ୍ଚାୟତର ଝୁଣାବାଡି ଠାରେ  ପ୍ରକୃତିବନ୍ଧୁ ଶିକ୍ଷକ ବିଶ୍ୱରଞ୍ଜନ ବେହେରାଙ୍କ ସଂଯୋଜନାରେ ଅଭିନବ ଅମ୍ଳଜାନ ପ୍ରକଳ୍ପର ଶୁଭାରମ୍ଭ କରାଯାଇଛି ।  ଏହି କାର୍ଯ୍ୟକ୍ରମକୁ ପୁର୍ବତନ ବ୍ଲକ ଅଧ୍ୟକ୍ଷ ପର୍ଶୁରାମ ପେଡା ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦେଇ ନଡିଆ ଭାଙ୍ଗି ଏହାର ଶୁଭାରମ୍ଭ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ସୋମନାଥ ଦାସ ଯୋଗଦେଇ ଚାରା ରୋପଣକରି ଜଳବାୟୁ ପରିବର୍ତ୍ତନ, ପରିବେଶ ପ୍ରଦୁ୍ୟଷଣ, ପୃଥିବୀ ଉତପ୍ତି କରଣ ରୋକିବା ପାଇଁ ସମସ୍ତେ ବୃକ୍ଷ ରୋପଣ କରିବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ । ଯାହାକି ଗତ କରୋନା ସମୟରେ ଆବଶ୍ୟକ ଅମ୍ଳଜନାର ଅଭାବ କି ପ୍ରକାର କ୍ଷତି ଘଟାଏ ତାହା ଆମ ମାନଙ୍କୁ ଦେଖାଇ ଦେଇ ଯାଇଛି ବୋଲି ମତବ୍ୟକ୍ତ କରିଥିଲେ । କେନ୍ଦୁଝର ବଞ୍ଚାଅ ମଞ୍ଚର ସଭାପତି ଦାମୋଦର ବେହେରା, ଗ୍ରୀନ ଓଡିଶାର ସଭାପତି ରମାକାନ୍ତ ଦାସ ବୃକ୍ଷରୋପଣ କରି ପ୍ରତିବର୍ଷ ଏହିପରି ବୃକ୍ଷରୋପଣ କାର୍ଯ୍ୟକ୍ରମ ମାନ କରିବାପାଇଁ ସମସ୍ତଙ୍କୁ ନିବେଦନ କରିଥିଲେ । ଏହି ଅବସରରେ ବନୋମହୋତ୍ସବ  କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।  ହଦଗଡ ବନାଞ୍ଚଳ ଅଧିକାରୀ ସୁମିତ ମହାନ୍ତି, ବନପାଳ କେଦାର ପାତ୍ର, ଚାରା ଯୋଗାଇବା ସହିତ ବନମହୋତ୍ସବ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ଶିକ୍ଷକ ଶରତ ଗିରି, କୈଳାଶ ନାୟକଙ୍କ ସମେତ କେନ୍ଦୁଝର ବଞ୍ଚାଅ ମଞ୍ଚ ଓ ଗ୍ରୀନ ଓଡିଶାର ଅନେକ କର୍ମକର୍ତ୍ତା କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ