ହାବଳେଶ୍ୱରରେ ମନରେଗା ଦୁର୍ନ୍ନୀତି : ଜମି ଉନ୍ନତି କରଣ ପାଲଟିଛି ଲୁଟ ର ମାଧ୍ୟମ
ହାଟଡିହି, (ବିକାଶ ବିଶ୍ୱାଳ) :-କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକର କେତେକ ମନରେଗା ଦୁର୍ନ୍ନୀତିକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଲାଗି ରହିଛି । ଏପରିକି ଲୋକାୟୁକ୍ତରେ ଏହି ମାମଲା ବିଚରାଧିନ ଥିବାବେଳେ ସ୍ୱତନ୍ତ୍ର ଅଡିଟ ସମୟରେ ଅନେକ ପଞ୍ଚାୟତରେ ହୋଇଥିବା ଦୁର୍ନ୍ନୀତିର ଗୁମର ଖୋଲିବାରେ ଲାଗିଛି । ଏପରିକି ଅନେକ ସରପଞ୍ଚ, କନିଷ୍ଠ ଯନ୍ତ୍ରୀ ଓ ଜିଆରଏସ ଏଥିରେ ସଂପୃକ୍ତ ଥିବାନେଇ ଅଡିଟରେ ସ୍ୱତନ୍ତ୍ର ଭାବେ ଉଲେଖ କରାଯାଇଛି । ସେହିପରି ହାବଳେଶ୍ୱର ପଞ୍ଚାୟତରେ ମନରେଗା ଦୁନ୍ନୀତିକୁ ନେଇ ଗତବର୍ଷ ଅନେକ ଅଭଯୋଗ ଅସିଥିବା ବେଳେ ପ୍ରଶାସନିକ ଅଧିକାରୀ ମାନେ ଏହାକୁ ଚାପି ଦେବାରେ ସକ୍ଷମ ହୋଇଥିଲେ । ଏବେ ଜମି ଉନ୍ନତିକରଣ ପ୍ରକଳ୍ପରେ ଭଲ ଲାଭ ହେଉଥିବାରୁ ଅନେକ ଏହିପରି ଯୋଜନାକୁ ହାତେଇବାରେ ଲାଗି ପଡିଛନ୍ତି । ୫/୧୦ଟ୍ରାକ୍ଟର ମାଟି ପକାଇ ଟ୍ରାକ୍ଟର ଲଗାଇ ହଳକରିଦେଲେ ଆରମରେ ଦେଢ଼ଲକ୍ଷ ଟଙ୍କା ମିଳି ଯାଉଛି । ତେଣୁ ସମେସ୍ତ ଏହି ଯୋଜନାକୁ ଯେଣତେଣ ପଅ୍ରକାର ହାତେଇବାରେ ଲାଗିପଡିଛନ୍ତି । ଏପରିକି ଗୋଟିଏ ଗୋଟିଏ ପରିବାରର ଦୁଇ ତିନିଜଣ ଏହି ଯୋଜନାରେ ସାମିଲ ହୋଇଥିବାବେଳେ କେଉଁଠି ସ୍ୱାମୀ ସ୍ତ୍ରୀ, ବାପ ପୁଅ ଏହି ଯୋଜନାରେ ସାମିଲ ହୋଇ ଅନୁଦାନକୁ ଉଠାଇ ନେଇଛନ୍ତି । ଯାହାର ଜ୍ୱଳନ୍ତ ଉଦାହରଣ ହାବଳେଶ୍ୱର ପଞ୍ଚାୟତ ଢ଼ାଇପୋଖରୀ ଗ୍ରାମରେ ଦେଖିବାକୁ ମିଳିଛି । ଗୋଟିଏ ପରିବାରର ସ୍ୱାମୀ ସ୍ତ୍ରୀ ଉଭୟେ ଦୁଇଟି ଜମି ଉନ୍ନତି କରଣ ପ୍ରକଳ୍ପ ହାତେଇବାରେ ସକ୍ଷମ ହୋଇଛନ୍ତି । ୨୦୨୦/୨୧ ରେ ଏହି ପ୍ରକଳ୍ପ ଅନୁମୋଦନ ହୋଇଥିବାବେଳେ ଦୁଇଟି ଯାକ ପ୍ରକଳ୍ପରୁ ମୋଟ ୧ଲକ୍ଷ ୩୦ହଜାର ଟଙ୍କା ଉଠାଣ ସରିଛି । ଯାହାର କନିଷ୍ଠଯନ୍ତ୍ରୀ, ଜିଆରଏସ ଙ୍କ ସଲାସୁତୁରାରେ ଏପରି ହୋଇଥିବା ଅଭିଯୋଗ ହୋଇଛି । ଏ ସମ୍ପର୍କରେ ସରପଞ୍ଚ ରମାକାନ୍ତ ନାୟକଙ୍କୁ ପଚାରିବାରେ ଏହା ପଞ୍ଚାୟତ ସମିତି ସେୟାର କାର୍ଯ୍ୟ, ତେଣୁ ପଞ୍ଚାୟତ କର୍ତ୍ତୁପକ୍ଷ ଏ ବାବଦରେ ଜାଣିବା କଷ୍ଟକର ହୋଇ ପଡୁଛି । ବ୍ଲକରେ ଅର୍ଡର ବାହାରୁଛି ଓ ବ୍ଲକରେ ପେମେଣ୍ଟ କରୁଛନ୍ତି । ତେଣୁ ଆମେ କିଛିବି ଜାଣିପାରୁନୁ ବୋଲି ସେ କହିଛନ୍ତି । ସେହିପରି ବିଡିଓ ବିଚିତ୍ର କୁମାର କରଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଏହା ମୋ ନଜରକୁ ଆସିଛି, ଏ ସମ୍ପର୍କରେ ସେ ଉଚ୍ଚ କର୍ତ୍ତୁପକ୍ଷଙ୍କ ସହ ଆଲୋଚନା କରି ପଦକ୍ଷେପ ନେବେ ବୋଲି କହିଛନ୍ତି ।


