ସତ୍ୟସାଇ ସେବା ସଂଗଠନ ପକ୍ଷରୁ ୧୦୮୦ ହର୍ଲିକ୍ସ ପ୍ୟାକେଟ ବଣ୍ଟନ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-ସତ୍ୟସାଇ ସେବା ସଂଗଠନ,ଭୁବନେଶ୍ୱର ଆନୁକୂଲ୍ୟରେ କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କୁ ୧୦୮୦ ପ୍ୟାକେଟ ଜୁନିଅର ହର୍ଲିକ୍ସ ଓ ଛତୁଆ ପ୍ୟାକେଟ ବଣ୍ଟନ କରାଯାଇଛି । କେନ୍ଦ୍ରାପଡା ସହରର ମୀରପାଟଣାସ୍ଥିତ ଶ୍ରୀ ସତ୍ୟସାଇ ବିଦ୍ୟା ମନ୍ଦିର, ଆଳିର ଶ୍ରୀ ସତ୍ୟସାଇ ବିଦ୍ୟା ବିହାର, ଗଣ୍ଡାକିଆ ସରକାରୀ ଉଚ୍ଚ ପ୍ରାଥମିକ ସ୍କୁଲ(ବିଦ୍ୟା ଜ୍ୟୋତି ସ୍କୁଲ), କଣିପଡା, ନଡିଆବରାଇ, ମାର୍ଶାଘାଇ, ବାଲିଘାଇ ପ୍ରଭୃତି ଅଞ୍ଚଳରେ ଥିବା ସମସ୍ତ ସ୍କୁଲ ସମେତ ସତ୍ୟସାଇ ହାଉସିଂ ପ୍ରକଳ୍ଗ ମାନଙ୍କରେ ରହୁଥିବା ଲୋକମାନଙ୍କର ପୃଷ୍ଟିହୀନ ପିଲାମାନଙ୍କୁ ମଧ୍ୟ ଜୁନିଅର ହର୍ଲିକ୍ସ ଓ ଛତୁଆ ପ୍ୟାକେଟ ବଣ୍ଟନ କରାଯାଇଥିଲା । ଏତଦବ୍ୟତିତ ଅନାଥ ଆଶ୍ରମରେ ମଧ୍ୟ ୭୦ପ୍ୟାକେଟ ହର୍ଲିକ୍ସ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପ୍ରାକ୍ତନ ଜିଲ୍ଲା ସଭାପତି ରାମଚନ୍ଦ୍ର ସ୍ୱାଇଁ, ଚନ୍ଦ୍ରମଣି ସାହୁ, ଅଧୁନା ଜିଲ୍ଲା ସଭାପତି ରାଧାକୃଷ୍ଣ ସାହୁଙ୍କ ସମେତ ଜିଲ୍ଲାର ସମସ୍ତ ଆବାହକମାନେ ଉପସ୍ଥିତ ରହି ବଣ୍ଟନ କାର୍ଯ୍ୟକୁ ସୁଚାରୁ ରୂପେ ପରିଚାଳନା କରିଥିଲେ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ