ସାମ୍ବାଦିକ ଙ୍କ ବିୟୋଗ ରେ ଶୋକସଭା

ନିମାପଡ଼ା, (ସନ୍ତୋଷ ଦାଶ) :-ରଥଯାତ୍ରା ଦିନ କର୍ତ୍ତବ୍ୟ କରିବାକୁ ପୁରୀ ଯାଉଥିବାବେଳେ ଏକ ଦୁର୍ଘଟଣା ରେ ମୃତ୍ୟୁ ବରଣ କରିଥିବା ଫଟୋ ସାମ୍ବାଦିକ ଅଶୋକ ପଣ୍ଡାଙ୍କ ସ୍ମୃତି ରେ ଚାରିଛକ ପ୍ରେସ କ୍ଲବ ପକ୍ଷରୁ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା । ପ୍ରେସ କ୍ଲବ ସଭାପତି ପ୍ରଫୁଲ୍ଲ କର ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଉକ୍ତ ଶୋକ ସଭା ରେ ସମ୍ପାଦକ ବସନ୍ତ କୁମାର ଦାସ, ପ୍ରଫୁଲ୍ଲ ସାହୁ, ସନ୍ତୋଷ ଦାଶ, କେଦାର ନାଥ ସାହୁ, ସୌମ୍ୟ ରଞ୍ଜନ ତ୍ରିପାଠୀ, ବସନ୍ତ ମଲ୍ଲ, ପ୍ରଶାନ୍ତ ସାହୁ,  ସୁବାସ ସାହୁ, କୈଳାସ ପାତ୍ର, ଶିଶିର ସ୍ଵାଇଁ, ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର, ବିନୋଦ ପ୍ରଧାନ, ସନ୍ତୋଷ ଦାସ ପ୍ରମୁଖ ସାମ୍ୱାଦିକ ମାନେ ଯୋଗଦେଇ ସ୍ୱର୍ଗତ ପଣ୍ଡା ଙ୍କ ସ୍ମୃତି ଚାରଣ କରିଥିଲେ । ତାଙ୍କ ପରିବାର କୁ ଗଭୀର ସମବେଦନା ଜଣାଇବା ସହିତ ତାଙ୍କ ଅମର ଆତ୍ମା ର ସଦଗତି ପାଇଁ ୧ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ