ବାଲେଶ୍ୱରରେ ବିଶ୍ୱହିନ୍ଦୁ ପରିଷଦର ବିକ୍ଷୋଭ

ବାଲେଶ୍ୱର, (ସରୋଜ ପଣ୍ଡା) :-ସାମାଜିକ ଗଣମାଧ୍ୟମ ପୋଷ୍ଟକୁ କେନ୍ଦ୍ର କରି ରାଜସ୍ଥାନ ଉଦୟପୁରରେ ନିରୀହ ହିନ୍ଦୁ ଯୁବକ କହ୍ନେଇଲାଲ କୁମାରଙ୍କ ହତ୍ୟାକୁ ନେଇ ବାଲେଶ୍ୱର ରେ ଦୃଢ଼ ପ୍ରତିବାଦ କରାଯାଇଛି । ଏହି ପରିପ୍ରେକ୍ଷୀରେ ବିଶ୍ୱହିନ୍ଦୁ ପରିଷଦ ଜିଲା ଶାଖା ପକ୍ଷରୁ ସହରର ଫକୀର ମୋହନ ଗୋଲେଇ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବିଶ୍ୱହିନ୍ଦୁ ପରିଷଦ କୋଲକାତା କ୍ଷେତ୍ର ସଂଗଠନ ମନ୍ତ୍ରୀ ଗୌରୀପ୍ରସାଦ ରଥ, ସଞୟ ମହାପାତ୍ର, ନଗର ସଭାପତି ଆଲୋକ କୁମାର ପଣ୍ଡା, ନଗର ସମ୍ପାଦକ ପ୍ରଶାନ୍ତ ନାୟକ, ନଗର ବଜରଙ୍ଗ ଦଳ ସଂଯୋଜକ ରାକେଶ ସାହା, ରଜନୀକାନ୍ତ ଶତପଥୀ, ଭାଗ୍ୟରଂଜନ ନାୟକ, ବଳଭଦ୍ର ଶତପଥୀ, ଦୁର୍ଗାବାହିନୀ ନଗର ଶାଖା ସଂଯୋଜିକା ହେମଲତା ସାହୁ ପ୍ରମୁଖ ଏଥିରେ ଯୋଗଦେଇ କହ୍ନେଇଲାଲଙ୍କ ହତ୍ୟା ଘଟଣାକୁ ବର୍ବରୋଚତି କାଣ୍ଡ ବୋଲି କହିଥିଲେ । ଯେଉଁଭଳି ଭାବେ ଦୁଇ ଜଣ ଆତତାୟୀ କହ୍ନେଇଲାଲଙ୍କ ବେକ କାଟି ହତ୍ୟା କଲେ ଏବଂ ହତ୍ୟା ସମୟର ଭିଡିଓକୁ ସାମାଜିକ ଗଣମାଧ୍ୟମରେ ପ୍ରସାର କଲେ, ତାହା ସଭ୍ୟ ସମାଜରେ ଆଦୌ ଗ୍ରହଣୀୟ ନୁହେଁ ବୋଲି ବକ୍ତାମାନେ କହିଥିଲେ । ଦୁଇ ଜଣ ଆତତାୟୀ ସହ ଏହିଭଳି ଘଟଣାରେ ଜଡ଼ିତ ଆତଙ୍କବାଦୀଙ୍କୁ ତୁରନ୍ତ ଫାଶୀ ଦଣ୍ଡ ପାଇଁ ପରିଷଦ ପକ୍ଷରୁ ଦାବି କରାଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ଶୋଭନା ମହାନ୍ତି, ସୀତାକାନ୍ତ ସ୍ୱାଇଁ, ବିକାଶ ପାଢ଼ୀ, ବିନୋଦ ନାୟକ, ଗୋପାଳ ନାୟକ, ମାନସ ରଞ୍ଜନ ବେହେରା, ଆତିଶ ମହାନ୍ତି ପ୍ରମୁଖ ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ସାମିଲ ହୋଇ ହତ୍ୟାକାଣ୍ଡକୁ ମଧ୍ୟଯୁଗୀୟ ବର୍ବରତା ବୋଲି କହିଥିଲେ । ହତ୍ୟାକାରୀଙ୍କୁ ତୁରନ୍ତ ଫାଶୀ ଦଣ୍ଡରେ ଦଣ୍ଡିତ ପାଇଁ ସେମାନେ ଦାବି କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ