ସ୍ୱର୍ଗତ ସନତ ଦାଶଙ୍କ କବିତା ସଂକଳନ ‘ଛାୟାପଥ’ ଲୋକାର୍ପିତ

ବାଲେଶ୍ୱର, (ସରୋଜ ପଣ୍ଡା) :-‘କନ୍ୟା ଅନମୋଲ ହେ’ ଚ୍ୟାରିଟେବଲ ଟ୍ରଷ୍ଟ ପକ୍ଷରୁ ବାଲେଶ୍ୱର ପୌରପାଳିକାର ଭୂତପୂର୍ବ କାଉନସିଲର ସ୍ୱର୍ଗତଃ ସନତ ଦାଶଙ୍କ କବିତା ସଂକଳନ ‘ଛାୟା ପଥ’ଲୋକାର୍ପିତ ହୋଇଯାଇଛି । ସ୍ଥାନୀୟ ଆତିଥ୍ୟ ଭବନରେ ଆୟୋଜିତ ଉତ୍ସବରେ ଫକୀର ମୋହନ ସାହିତ୍ୟ ପରିଷଦର ପୂର୍ବତନ ସଭାପତି ଡକ୍ଟର ଶିରୀଶ ଚନ୍ଦ୍ର ଜେନା ମୁଖ୍ୟଅତିଥି ଭାବେ ଯୋଗଦେଇ ସ୍ୱର୍ଗତଃ ଦାଶଙ୍କ ଜୀବନାଦର୍ଶ ଓ ତାଙ୍କ କବି ପ୍ରତିଭା ସମ୍ପର୍କରେ ଆଲୋଚନା କରିଥିଲେ । ରାଜନୀତି ସାଙ୍ଗକୁ ସାରସ୍ୱତ ସାଧନା ଦିଗରେ ତାଙ୍କୁ ବେଶ ସଫଳତା ମିଳିଥିଲା । ତାଙ୍କର ଅନେକ କବିତା ସେତେବେଳେ ଅନେକ ଖବରକାଗଜ ଓ ପତ୍ରିକାରେ ପ୍ରକାଶ ପାଇଥିଲା । ତାଙ୍କ ସୁପୁତ୍ର ସରୋଜ ଦାଶ ଅପ୍ରକାଶିତ ପାଣ୍ଡୁଲିପିକୁ ଏକ କବିତା ସଂକଳନ ଆକାରରେ ପ୍ରକାଶ ପାଠକଙ୍କ ପ୍ରତି ଉତ୍ତମ ବାର୍ତା ଦେଉଛି ବୋଲି ଡକ୍ଟର ଜେନା କହିଥିଲେ । କଥାକାର ଗୌତମବୁଦ୍ଧ ଦାସ ଏଥିରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ରାଜନୀତିରେ ଥାଇ ବି ଜଣେ ସାରସ୍ୱତ ସାଧନାକୁ ଆଗେଇ ନେବାର କଳା ସ୍ୱର୍ଗତଃ ଦାଶ ବେଶ ଭଲଭାବେ ଜାଣିଥିଲେ ବୋଲି କହିଥିଲେ । କବି ପ୍ରଶାନ୍ତ ଦାସ, ପୌରାଧ୍ୟକ୍ଷା ସବିତା ସାହୁ, ସମାଜସେବୀ ସନ୍ତୋଷ ଦାସ ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗଦେଇ ରାଜନୀତି, ସାମ୍ବାଦିକତା, ସାରସ୍ୱତ ସମ୍ପାଦନାରେ ସ୍ୱର୍ଗତଃ କବିଙ୍କ ଅବଦାନ ସମ୍ପର୍କରେ ସ୍ମୃତି ଚାରଣ କରିଥିଲେ । ଏହି ଅବସରରେ ମଞ୍ଚାସୀନ ଅତିଥିମାନେ କବିତା ସଂକଳନ ଛାୟାପଥକୁ ଲୋକାର୍ପିତ କରିଥିଲେ । ଲୋକାର୍ପଣ ଉତ୍ସବରେ ସରୋଜ ଦାଶ ଅଧ୍ୟକ୍ଷତା କରିବା ସହିତ ତାଙ୍କ ବାପାଙ୍କ ଜୀବନର ଅନାଲୋଚିତ ବିଷୟ ଉପରେ ଆଲୋଚନା କରିଥିଲେ । ଭୁନେଶ୍ୱରର ‘ଟାଇମ ପାସ ‘ ପ୍ରକାଶନୀ ସଂସ୍ଥାର ମୁଖ୍ୟ ସରୋଜ ବଳ ସ୍ୱର୍ଗତଃ ଦାଶଙ୍କ ସଂକଳନକୁ ସମୀକ୍ଷା କରିଥିଲେ । ଜୟନ୍ତ ଦାଶ ଏଥିରେ ମଞ୍ଚ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସସ୍ମିତା ଦାଶ, ଶୈଳ ଦାଶ, ରଞ୍ଜନ ବାଗ, ସମାଜସେବୀ ବିକ୍ରମ ପଣ୍ଡା, ହିମାଂଶୁ ଦାସ, ଅର୍ଚ୍ଚନା ନନ୍ଦୀ, ଚିତ୍ତ ରଞ୍ଜନ ପଣ୍ଡା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସ୍ୱର୍ଗତ ଦାଶଙ୍କ ଜୀବନାଦର୍ଶ ସମ୍ପର୍କରେ ସ୍ମୃତି ଚାରଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ