ସେବା ଓ ସେବକ ସପ୍ତାହରେ ରକ୍ତଦାନ ଶିବିର

ବାଲେଶ୍ୱର, (ସରୋଜ ପଣ୍ଡା) :-ସେବା, ମମତା ଓ ତ୍ୟାଗର ପ୍ରତୀକ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୯୪ତମ ପୁଣ୍ୟତିଥି ଅବସରରେ ‘ସମାଜ’ ପରିବାର ପକ୍ଷରୁ ରାଜ୍ୟବ୍ୟାପୀ ପାଳନ ହେଉଛି ସେବା ଓ ସେବକ ସପ୍ତାହ । ଗତ ୨୯ ତାରିଖରୁ ୭ଦିନ ଧରି ଜାରି ରହିଛି ବିଭିନ୍ନ ପ୍ରକାରର ସେବା ମୂଳକ କାର୍ଯ୍ୟକ୍ରମ । ଏହି ପରିପ୍ରେକ୍ଷୀରେ ‘ସମାଜ’ ଉତ୍ତର ଓଡ଼ିଶା ଶାଖା ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ବାଲେଶ୍ୱର ସହରର ବ୍ରିଟ କଲ୍ୟାଣମଣ୍ଡପରେ ରବିବାର ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲାପାଳ ନୀଲୁ ମହାପାତ୍ର ଏହି ଶିବିରକୁ ଉଦଘାଟନ କରିବା ସହ ସତ୍ୟ ତଥା ନିରପେକ୍ଷ ଖବର ପ୍ରକାଶ ସାଙ୍ଗକୁ ଉତ୍କଳମଣିଙ୍କ ଆଦର୍ଶକୁ ଉଜ୍ଜୀବିତ ରଖି ‘ସମାଜ’ ପକ୍ଷରୁ ଚାଲିଥିବା ସେବାମୂଳକ କାର୍ଯ୍ୟକ୍ରମ ସମସ୍ତଙ୍କ ପାଇଁ ପ୍ରେରଣା ହୋଇଛି ବୋଲି କହିଥିଲେ । ତେବେ ରକ୍ତଦାନ ଭଳି ଆଜିର ଏହି ମହତ କାର୍ଯ୍ୟକ୍ରମରେ ସାମିଲ ପ୍ରତ୍ୟକଙ୍କ ପାଇଁ ମୂଲ୍ୟବାନ ଜୀବନ ରକ୍ଷା ହୋଇପାରିବ ବୋଲି ଶ୍ରୀ ମହାପାତ୍ର କହିଥିଲେ । ଆୟୋଜିତ ଉଦଘାଟନୀ କାର୍ଯ୍ୟକ୍ରମରେ ‘ସମାଜ’ଉତ୍ତର ଓଡ଼ିଶା ସଂସ୍କରଣ ମୁଖ୍ୟ ମଧୁସୂଦନ ଦାସ ଅଧ୍ୟକ୍ଷତା କରିବା ସହ ସେବା ଓ ସେବକ ସପ୍ତାହ ପାଳନର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । କେବଳ ରକ୍ତଦାନ ନହେଁ ବରଂ ଅନ୍ୟାନ୍ୟ କ୍ଷେତ୍ରରେ ବି ‘ସମାଜ’ ତା’ର ସେବାମୂଳକ କାର୍ଯ୍ୟଧାରା ନିରନ୍ତର ଜାରି ରଖିଛିି ବୋଲି ସେ କହିଥିଲେ । ବିଶିଷ୍ଟ କବି ପ୍ରଶାନ୍ତ ଦାସ, ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଦୁଲାଳସେନ ଜଗଦେବ, ଜିଲା ରକ୍ତଭଣ୍ଡାରର ଭାରପ୍ରାପ୍ତ ଅଧିକାରୀ ଡାକ୍ତର ମହେଶ ବିଶ୍ୱାଳ, ଯୁବ ସମାଜସେବୀ ରାଜେଶ ଗିରି, ଅଖିଳ ଭାରତୀୟ ଦୁଃଖୀ ସମାଜ ସଭାପତି ତଥା କାଉନସିଲର ଶେଖ ଆୟୁବ, ସମାଜ ବ୍ୟୁରୋ ମୁଖ୍ୟ କୁଳମଣି ବାରିକ ପ୍ରମୁଖ ଏଥିରେ ମଞ୍ଚାସୀନ ହୋଇ ଶ୍ରଦ୍ଧାର ସହ ‘ସେବା ଓ ସେବକ ସପ୍ତାହ’ ପାଳନ ଭଳି ସୁଦ୍ଧ ବିଚାର ଉତ୍କଳମଣିଙ୍କ ପ୍ରତିଷ୍ଠିତ ଅନୁଷ୍ଠାନର ପରିଚିତି ହୋଇଛି ବୋଲି କହିଥିଲେ । ଏହି ଧାରା ଆଗାମୀ ଦିନରେ ବି ଜାରି ରହୁ ବୋଲି ସମସ୍ତେ କାମନା କରିଥିଲେ । ଡେସ୍କ ଇନଚାର୍ଯ୍ୟ ଶଶିରଞ୍ଜନ ମଲିକ ଏଥିରେ ସଂଯୋଜନା କରିଥିବା ବେଳେ ଜିଲା ପ୍ରତିନିଧି ରତିକାନ୍ତ ପାଢ଼ୀ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସଭା ପରେ ଅତିଥିମାନେ ରକ୍ତଦାତାଙ୍କୁ ଉତ୍ସାହିତ କରିବା ସହ ସେହିମାନେ ହିଁ ଜଣେ ଜଣେ ଦେବଦୂତ ବୋଲି ମତ ପ୍ରକାଶ କରିଥିଲେ । ଡାକ୍ତର ବିଶ୍ୱାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ଶିବିରେ ସୁଚିସ୍ମିତା ଦାସ, ମୋନାଲିସା ମହାନ୍ତି, ଦେବାଶିଷ ଦତ୍ତ, ବସନ୍ତ କୁମାର ଜେନା, ବିଜୟ କୁମାର ପଟ୍ଟନାୟକ, ସ୍ୱାତି ସୁଚରିତା ରାଜ, ସବନମ ଦାସ, ବିନୋଦ ବିହାରୀ ଦାସ, ଖିରୋଦ କୁମାର ବେହେରା, ବିଦ୍ୟାଧର ସାହୁ ପ୍ରମୁଖ ଜିଲା ରକ୍ତଭଣ୍ଡାର କର୍ମଚାରୀମାନେ ରକ୍ତ ସଂଗ୍ରହ କାର୍ଯ୍ୟ ସମ୍ପାଦନ କରିଥିଲେ । ସମାଜ ପରିବାର ସମସ୍ତ କର୍ମଚାରୀ ଏହି ଶିବିର ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ