ବରିଷ୍ଠ ଡାକ୍ତରଙ୍କ ଅକାଳ ବିୟୋଗ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନ ବାରିକପୁର ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ର ଅଧିକାରୀ ରାଖାଲ ଚନ୍ଦ୍ର ବେହେରାଙ୍କ ଅକାଳ ବିୟୋଗ ଘଟିଛି । ଡାକ୍ତର ବେହେରାଙ୍କର ଗତକାଲି ରାତିରେ ଛାତି ଯନ୍ତ୍ରଣା ହୋଇଥିଲା । ତାଙ୍କୁ ସଂଗେ ସଂଗେ ପ୍ରାଥମିକ ଚିକିତ୍ସା କରାଯାଇ ୧୦୮ଯୋଗେ ଭଦ୍ରକ ଡାକ୍ତରଖାନାକୁ ନିଆଯାଉଥିବା ବେଳେ ଚିଙ୍ଗୁଡ଼ିପୁର ଠାରେ ପରଲୋକ ହୋଇଥିବା ସୂଚନା ମିଳିଛି। ସେ ଏଠାରେ ଦୀର୍ଘ୬ବର୍ଷ ହେବ କାର୍ଯ୍ୟରତ ଥିବା ବେଳେ ଜଣେ ଉତ୍ତମ ଚିକିତ୍ସକ ଭାବେ ଅଞ୍ଚଳର ଜନସାଧାରଣ ମାନଙ୍କ ନିକଟରେ ଆସ୍ଥା ଭାଜନ ହୋଇପାରିଥିଲେ । ମୃତ୍ୟୁ ଖବର ପାଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ କମଳାକାନ୍ତ ସ୍ୱାଇଁ, ବରିଷ୍ଠ ଡାକ୍ତର ମୁରଲୀ ପାଢ଼ୀ, ଆଦିତ୍ୟ କୁମାର ସାହୁ, ଡାକ୍ତର ମଳୟ ସେନାପତି, ଲଲାଟେନ୍ଦୁ ମହାପାତ୍ର, ମନୋରଞ୍ଜନ ରାଉତ ପ୍ରମୁଖ ପ୍ରାର୍ଥିବ ଶରୀରର ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ସେହିଭଳି ମେଡିକାଲ ପକ୍ଷରୁ ବାବାଜୀ ସିଂ, ପଙ୍କଜ ବେହେରା, ବିପିଏମଓ ରଶ୍ମିରେଖା ପୃଷ୍ଟି, ବିଡିଏମ ରଣଜିତ ବରାଳ, ଲଲାଟ ପାଢ଼ୀ, ଅନୁପମା ଦାସ ପ୍ରମୁଖଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି । ସ୍ବର୍ଗତ ବେହେରାଙ୍କ ପୈତୃକ ଘର ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ପାତଲଦା ଗ୍ରାମରେ ହୋଇଥିବା ବେଳେ ସେଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ