କୁରିଗାଁ ଠାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ଭଣ୍ଡାରିପୋଖରୀ ବ୍ଲକ କୁରିଗାଁ ପଞ୍ଚାୟତର ବିଭିନ୍ନ ସ୍ଥାନରେ ଆଜି ସ୍ବର୍ଣ୍ଣଲତା ଚକ୍ରଧର ମେମୋରିଆଲ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ବୃକ୍ଷ ରୋପଣ କରାଯାଇଛି । ଟ୍ରଷ୍ଟ ସମ୍ପାଦକ ସତୀଶ କୁମାର ରାଉତଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିବା ଉକ୍ତ କାର୍ଯ୍ୟକ୍ରମକୁ ସରପଞ୍ଚ ସାଧନାଞ୍ଜଳି ମହାପାତ୍ର ଶୁଭାରମ୍ଭ କରିଥିଲେ । ପ୍ରଥମେ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ସ୍ଥାନୀୟ ଅଞ୍ଚଳର ବିଶିଷ୍ଟ ବ୍ୟକ୍ତିମାନଙ୍କ ଦ୍ୱାରା ବ୍ୟାପକ ବୃକ୍ଷ ରୋପଣ ହୋଇଥିଲା । ଅନୁରୂପ ଭାବେ କଣ୍ଟି ହାଇସ୍କୁଲ ପରିସର ଓ ତାର ଆଖପାଖ ଅଞ୍ଚଳରେ ଟ୍ରଷ୍ଟ ପକ୍ଷରୁ ବିଭିନ୍ନ ଗଛ ଲଗାଯାଇଥିଲା । ପରିବର୍ତ୍ତିତ ଜଳବାୟୁ ପାଇଁ ବର୍ତ୍ତମାନ ସମୟରେ ବୃକ୍ଷ ରୋପଣ ଏକାନ୍ତ ଆବଶ୍ୟକ ବୋଲି ଏହି ଅବସରରେ ଉପସ୍ଥିତ ବ୍ୟକ୍ତି ବିଶେଷ ମତ ଦେଇଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ପ୍ରାକ୍ତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ଶରତ କୁମାର ରାଉତ, ବରିଷ୍ଟ ନାଗରିକ ଦିବାକର ଜେନା, ଶିକ୍ଷାବିତ ଆନନ୍ଦ ଚନ୍ଦ୍ର ରାଉତ, ଯୁବ ନେତା ଦେବ ପ୍ରସନ୍ନ ମହାପାତ୍ର, ସାମାଜିକ କର୍ମୀ ରାଜେଶ ବାରିକ, ବିଶ୍ୱଜିତ ସାମଲ, ମଙ୍ଗରାଜ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ