ଦେଶୀ ମଦ ଜବତ, ୦୩ ଗିରଫ 

ଧମାନଗର, (ସନ୍ତୋଷ କୁମାର ପ୍ରଧାନ) :-ଧାମନଗର ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ପ୍ରହଲ୍ଲାଦ ସାମଲ ଓ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ୱାରା ଧୂଷୁରୀ ଥାନା ଅନ୍ତର୍ଗତ ସହିଦନଗର, ଲୁଣିଆ, ମଙ୍ଗଳପୁର, କୋରୁଆ ଏବଂ ଧାମନଗର ଥାନା ଅନ୍ତର୍ଗତ ଚୂଡ଼ାକୁଟି ଓ ଗୁଣୁପୁର ଗ୍ରାମ ଅଞ୍ଚଳରେ ଚଢାଉ କରାଯାଇ 70 ଲିଟର ଦେଶୀ ରନ୍ଧା ମଦ, ୮୦୦ ଲିଟର ଗୁଡ଼ ପୋଚ ଏବଂ ମଦ ରନ୍ଧା ସରଞ୍ଜାମ ଜବତ କରିବା ସହିତ ଏଥିରେ ସମ୍ପୃକ୍ତ ମୋଟ ୦୩ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ମାନେ ହେଲେ ଧୂଷୁରୀ ଥାନା ଅନ୍ତର୍ଗତ କୋରୁଆ ଗ୍ରାମର ହେମଲତା ଦାସ ଓ ସୁଲୋଚନା ଜେନା ଏବଂ ଧାମନଗର ଥାନା ଅନ୍ତର୍ଗତ ଚୁଡ଼ାକୁଟି ଗ୍ରାମର ଶକୁନ୍ତଳା  ବେହେରା । ଜବତ ମଦ, ଗୁଡ଼ ପୋଚ ଏବଂ ମଦ ରନ୍ଧା ସରଞ୍ଜାମର ଆନୁମାନିକ ମୂଲ୍ୟ ୫୦ ହଜାର ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି । ଉକ୍ତ ଚଢାଉରେ ଏ.ଏସ୍‌.ଆଇ ପୁରୁଷୋତ୍ତମ ମଲ୍ଲିକ, କନେଷ୍ଟବଳ ଅଜିତ କୁମାର ସିଙ୍କୁ, ରମେଶ ନାୟକ, ଅନବାଦିତ୍ୟ ବାରିକ, ଶିବପ୍ରସାଦ ସାହୁ, ସନ୍ଧ୍ୟାରାଣୀ ସେନାପତି, ଜେମାମଣୀ ଜାମୁଡା ପ୍ରଭୃତି ସାମିଲ ଥିଲେ । ଏନେଇ ଧାମନଗର ଅବକାରୀ ଥାନା ପକ୍ଷରୁ ୦୩ ଗୋଟି ମାମଲା ରୁଜ୍ଜୁ କରାଯାଇଛି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ