ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣ , ଅଭିଯୁକ୍ତ ଗିରଫ

ଯୋଡ଼ା,(ଯୁଗାବ୍ଦ ନ୍ୟୁଜ୍‌): କେନ୍ଦୁଝର ଜିଲା ଯୋଡା ଥାନା ବିଲେଇପଦା ଫାଣ୍ଡି ଅନ୍ତର୍ଗତ ଦେଓଝର ଗ୍ରାମର ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଥିବା ଜଣାପଡିଛି । ବିଲେଇପଦା ଫାଣ୍ଡି ଅଧିକାରୀ ରଂଜନ କୁମାର ବିଶ୍ୱାଳଙ୍କଠାରୁ ମିଳିଥିବା ସୂଚନାନୁଯାୟୀ, ଚଳିତ ମାସ ୩ ତାରିଖରେ ଉକ୍ତ ଗ୍ରାମର ଜନ୍ ଶବରଙ୍କୁ ମଟର ସାଇକେଲ ଭଙ୍ଗାରୁଜାକୁ କେନ୍ଦ୍ର କରି ସେହି ଗ୍ରାମର ଭାସ୍କର ନାଏକ ଓ ତାଙ୍କ ନାବାଳକ ପୁଅ କୁରାଢୀ ରେ ମରଣାନ୍ତକ ଆକ୍ରମଣ କରିଥିଲେ । ଜନ୍ ଶବର ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେବା ପରେ ବିଲେଇପଦା ଫାଣ୍ଡିରେ ଅଭିଯୁକ୍ତଙ୍କ ନାମରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ଅଭିଯୋଗ ଅନୁଯାୟୀ କେଶ୍ ନଂ ୨୦୦/୨୦୧୯ ରୁଜୁ କରି ତଦନ୍ତ ଜାରି ରଖିଥିଲା । ତେବେ ପୋଲିସ ବୁଧବାର ଦିନ ଅଭିଯୁକ୍ତ ବାପ ଭାସ୍କର ନାଏକକୁ ଗିରଫ କରି କୋର୍ଟ ଚାଲାଣ କରିଛି ଏବଂ ଅଭିଯୁକ୍ତ ନାବାଳକକୁ ଜୁଭେଲାଇନ୍ କୋର୍ଟ କୁ ପଠାଯିବ ବୋଲି ଫାଣ୍ଡି ଅଧିକାରୀ ରଂଜନ କୁମାର ବିଶ୍ୱାଳ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ