ଖେଳାଳିଙ୍କୁ ନଗଦ ପୁରସ୍କାର ପ୍ରଦାନ ସଂଶୋଧିତ ଯୋଜନାର ଶୁଭାରମ୍ଭ କଲେ କ୍ରୀଡା ମନ୍ତ୍ରୀ

ନୂଆଦିଲ୍ଲୀ, (ଓ୍ବାଇଏନ୍ଏସ୍) : କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁର ନୂଆଦିଲ୍ଲୀ ଠାରେ ଖେଳାଳି ମାନଙ୍କୁ ନଗଦ ପୁରସ୍କାର, ଜାତୀୟ କଲ୍ୟାଣ ଏବଂ ପେନ୍‌ସନ୍‌ର ସଂଶୋଧିତ ଯୋଜନା, କ୍ରୀଡା ବିଭାଗର ଯୋଜନା ଗୁଡିକ ନିମନ୍ତେ ୱେବ୍ ପୋର୍ଟାଲ୍ dbtyas-sports.gov.in ଏବଂ ଜାତୀୟ କ୍ରୀଡା ବିକାଶ ପାଣ୍ଠିର ୱେବ୍‌ସାଇଟ୍ nsdf.yas.gov.in ର ଶୁଭାରମ୍ଭ କରିଛନ୍ତି । ଠାକୁର ସୂଚନା ଦେଇଥିଲେ ଯେ, ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରଣାଳୟ ଅନ୍ତର୍ଜାତୀୟ କ୍ରୀଡା କାର୍ଯ୍ୟକ୍ରମରେ ମେଡାଲ୍ ବିଜେତା ପ୍ରାପ୍ତ ଖେଳାଳି ଏବଂ ସେମାନଙ୍କର ପ୍ରଶିକ୍ଷକ ମାନଙ୍କୁ ନଗଦ ପୁରସ୍କାର ଯୋଜନା, ପଣ୍ଡିତ ଦୀନଦୟାଲ୍ ଉପାଧ୍ୟାୟ ଜାତୀୟ କ୍ରୀଡାବିତ୍ କଲ୍ୟାଣ ଯୋଜନା (ପିଡିୟୁଏନ୍‌ଡବ୍ଲ୍ୟୁଏଫ୍‌ଏସ୍‌) ଏବଂ ମେଧାବୀ ଖେଳାଳି ମାନଙ୍କୁ ପେନ୍‌ସନ୍ ଯୋଜନାରେ ଅନେକ ମହତ୍ୱପୂର୍ଣ୍ଣ ସଂଶୋଧନ କରିଛନ୍ତି । କ୍ରୀଡା ବିଭାଗ ଏହି ଯୋଜନା ଗୁଡିକୁ ଉପଯୋଗକର୍ତା ମାନଙ୍କ ପାଇଁ ଅଧିକ ଅନୁକୂଳ, ବ୍ୟବହାର କରିବାରେ ସହଜ ଏବଂ ସ୍ୱଚ୍ଛ କରାଇବା ଦୃଷ୍ଟିକୋଣରୁ ସଂଶୋଧିତ କରିଛନ୍ତି । କେନ୍ଦ୍ର ମନ୍ତ୍ରୀ ନାଗରିକ ମାନଙ୍କୁ ସଶକ୍ତ କରିବା ନିମନ୍ତେ ଏବଂ ସରକାର ଏବଂ ନାଗରିକ, ବ୍ୟବସ୍ଥା ଏବଂ ସୁବିଧା, ସମସ୍ୟା ଏବଂ ସମାଧାନ ମଧ୍ୟରେ ରହିଥବା ବ୍ୟବଧାନକୁ କମ୍ କରିବା ନିମନ୍ତେ ଏବଂ ନ୍ୟୁନତମ ସରକାର ଏବଂ ଅଧିକତମ ଶାସନ ଭଳି ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣକୁ ଆଗକୁ ବଢ଼ାଇବା ଉଦ୍ଦେଶ୍ୟରେ ଡିଜିଟାଲ୍ ଇଣ୍ଡିଆ ଦିଗରେ ଆଉ ଏକ ପଦକ୍ଷେପ ରୂପରେ ଏହି ବିକାଶକୁ ପ୍ରସଂଶା କରିଥିଲେ । ମନ୍ତ୍ରୀ ଏହା କହିଥିଲେ ଯେ, ଏହି ସଂଶୋଧିତ ଯୋଜନା ଗୁଡିକ ଖେଳାଳି ମାନଙ୍କୁ ରେକର୍ଡ ସମୟରେ ଲାଭ ଦେବା ପାଇଁ ଅଧିକ ସ୍ୱଚ୍ଛ ଏବଂ ଉତରଦାୟୀ ହୋଇ ପାରିବ । ଏବେ ଯେ କୌଣସି ଖେଳାଳି ନିଜର ଯୋଗ୍ୟତା ଅନୁସାରେ ତିନି ପ୍ରକାରର ଯୋଜନା ଗୁଡିକ ନିମନ୍ତେ ସିଧାସଳଖ ଆବେଦନ କରି ପାରିବେ । “ପୂର୍ବରୁ ଖେଳ ସଂଘ ସମୂହ / ଏସ୍‌ଏଆଇ ମାଧ୍ୟମରେ ଏହି ଆବେଦନ ଗୁଡିକ ଗ୍ରହଣ କରା ଯାଉଥିଲା, ଯାହା ପ୍ରସ୍ତାବ ଗୁଡିକୁ ଦାଖଲ କରିବାରେ ଯଥେଷ୍ଟ ସମୟ ନେଉଥିଲା । କେବେ କେବେ ପ୍ରସ୍ତାବ ଗୁଡିକୁ ସ୍ୱୀକୃତି ପ୍ରଦାନ କରିବା ନିମନ୍ତେ ୧- ୨ ବର୍ଷରୁ ଅଧିକ ସମୟ ମଧ୍ୟ ଲାଗି ଯାଉଥିଲା । ନଗଦ ପୁରସ୍କାରର ସମୟ ଭିତରେ ପ୍ରସ୍ତୁତି ଏବଂ ଏହା ପରେ ଅନୁମୋଦନକୁ ସୁନିଶ୍ଚିତ କରିବା ନିମନ୍ତେ, ଆବେଦକ ମାନଙ୍କୁ ଏବେ ସେହି ବିଶେଷ କାର୍ଯ୍ୟକ୍ରମଟି ଶେଷ ହେବାର ଅନ୍ତିମ ତିଥିର ଛଅ ମାସ ଭିତରେ ନଗଦ ପୁରସ୍କାର ଯୋଜନା ନିମନ୍ତେ ଅନ୍‌ଲାଇନ୍ ଆବେଦନ କରିବାକୁ ପଡିବ” ବୋଲି ସେ କହିଥିଲେ । ପ୍ରକ୍ରିୟାକରଣର ସମୟକୁ କମ୍ କରିବା ନିମନ୍ତେ ତିନି ପ୍ରକାରର ଯୋଜନା ଗୁଡିକରେ ଯାଂଚ ପ୍ରକ୍ରିୟାକୁ ଅନେକ ସହଜ କରି ଦିଆ ଯାଇଛି । ପ୍ରଶିକ୍ଷକ ମାନଙ୍କୁ ଠିକ୍ ସମୟରେ ନଗଦ ପୁରସ୍କାର ଯେପରି ମିଳିବ, ତାହାକୁ ସୁନିଶ୍ଚିତ କରିବା ପାଇଁ ଯୋଜନାରେ ମଧ୍ୟ ଆବଶ୍ୟକୀୟ ପରିବର୍ତନ କରା ଯାଇଛି । ଡେଫଲିମ୍ପିକ୍ସର ଆଥଲେଟ୍ ମାନଙ୍କୁ ମଧ୍ୟ ପେନସନ୍‌ର ଲାଭ ପ୍ରଦାନର ପରିସରଭୁକ୍ତ କରା ଯାଇଛି । ସେ କହିଥିଲେ ଯେ, “ଏହି ଯୋଜନା ଗୁଡିକରେ ଉପରୋକ୍ତ ସୁବିଧା ଗୁଡିକୁ ଲାଗୁ କରିବା ନିମନ୍ତେ, ଖେଳ ବିଭାଗ ଉପରୋକ୍ତ ଯୋଜନା ଗୁଡିକ ଅନୁସାରେ ଲାଭ ପାଇବା ପାଇଁ ଆବେଦନ କରିବାରେ ଖେଳାଳି ମାନଙ୍କର ସୁବିଧା ନିମନ୍ତେ ୱେବ୍ ପୋର୍ଟାଲ୍ dbtyas-sports.gov.in ବିକଶିତ କରିଛନ୍ତି” । ଅନ୍‌ଲାଇନ୍ ପୋର୍ଟାଲ୍ ଖେଳାଳି ମାନଙ୍କ ଦ୍ୱାରା କରା ଯାଇଥିବା ଆବେଦନ ଗୁଡିକର ପ୍ରକୃତ ଟାଇମ୍ ଟ୍ରାକିଂ ଏବଂ ସେମାନଙ୍କର ପଞ୍ଜୀକୃତ ମୋବାଇଲ୍ ନମ୍ବରରେ ପଠାଯାଇଥିବା ୱାନ୍ ଟାଇମ୍ ପାସୱାର୍ଡ (ଓଟିପି) ମାଧ୍ୟମରେ ପ୍ରାମାଣିକିକରଣର ସୁବିଧା ପ୍ରଦାନ କରିବ । ଆବେଦକ ମାନଙ୍କ ଦ୍ୱାରା ମନ୍ତ୍ରଣାଳୟକୁ ବ୍ୟକ୍ତିଗତ ରୂପରେ ଯାଇ ଆବେଦନକୁ ଜମା କରିବା ନିମନ୍ତେ ଏବେ ଆଉ ଆବଶ୍ୟକତା ପଡିବ ନାହିଁ । ପୋର୍ଟାଲ୍‌କୁ ଡିବିଟି – ଏମ୍‌ଆଇଏସ୍ ସହିତ ମଧ୍ୟ ପଞ୍ଜୀକୃତ କରା ଯାଇଛି, ଯାହା ଭାରତ ସରକାରଙ୍କର ଡିବିଟି ମିଶନର ଉଦ୍ଦେଶ୍ୟ ଗୁଡିକୁ ସମ୍ପୂର୍ଣ୍ଣ କରିବା ନିମନ୍ତେ ଖେଳାଳି ମାନଙ୍କୁ ସେମାନଙ୍କର ବ୍ୟାଙ୍କ ଖାତା ଗୁଡିକୁ ଅର୍ଥ ହସ୍ତାନ୍ତରଣ କରିବା ନିମନ୍ତେ ସକ୍ଷମ କରିବ । କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ, ପୋର୍ଟାଲ୍ ସମୟସୀମା ମଧ୍ୟରେ ଆବେଦନ ଗୁଡିକୁ ତ୍ୱରିତ କରିବା କ୍ଷେତ୍ରରେ ବିଭାଗକୁ ସହାୟତା କରିବା ସହିତ ବିଭିନ୍ନ ପ୍ରକାରର ଆବଶ୍ୟକ ରିପୋର୍ଟ ପ୍ରସ୍ତୁତ କରିବା ଏବଂ ଖେଳାଳି ମାନଙ୍କର ତଥ୍ୟ ପରିଚାଳନା ନିମନ୍ତେ ମଧ୍ୟ ଏହାକୁ ବ୍ୟବହାର କରାଯିବ । ଖେଳାଳି ମାନଙ୍କର ଆବଶ୍ୟକତା ଏବଂ ପ୍ରଚଳିତ ପରିଦୃଶ୍ୟ ଗୁଡିକ ଅନୁସାରେ ସମୟ ସମୟରେ ଅନ୍‌ଲାଇନ୍ ପୋର୍ଟାଲ୍‌କୁ ଆହୁରି ବିକଶିତ କରାଯିବ । କେନ୍ଦ୍ର ମନ୍ତ୍ରୀ ଏହି କଥା ଉପରେ ଆଲୋକପାତ କରିଥିଲେ ଯେ ବିଭାଗ ‘ଜାତୀୟ କ୍ରୀଡା ବିକାଶ ପାଣ୍ଠି’ (ଏନ୍‌ଏସ୍‌ଡିଏଫ୍‌) ନିମନ୍ତେ ଏକ ସମର୍ପିତ ପାରସ୍ପରିକ (ଇଂଟରଆକ୍ଟିଭ୍‌) ୱେବ୍ ସାଇଟ୍ nsdf.yas.gov.in ବିକଶିତ କରିଛି । ଏହି ପାଣ୍ଠି ଦେଶରେ ଖେଳର ପ୍ରଚାର ଏବଂ ବିକାଶ ନିମନ୍ତେ କେନ୍ଦ୍ର ଏବଂ ରାଜ୍ୟ ସରକାର, ସାର୍ବଜନିନ ଉପକ୍ରମ, ଘରୋଇ କମ୍ପାନୀ ସମୂହ ଏବଂ ବ୍ୟକ୍ତି ମାନଙ୍କର କର୍ପୋରେଟ୍ ସୋସିଆଲ୍ ରେସପନ୍‌ସିବିଲିଟି (ସିଏସ୍‌ଆର୍‌) ଯୋଗଦାନ ଉପରେ ଆଧାରିତ ଅଟେ । କେନ୍ଦ୍ର ମନ୍ତ୍ରୀ ଏହା କହିଥିଲେ ଯେ, ପୋର୍ଟାଲ୍ ମାଧ୍ୟମରେ ଏବେ ଖେଳାଳି, ଖେଳ ସୁବିଧା ସମୂହ, ଏବଂ ଖେଳ ଆୟୋଜନ ନିମନ୍ତେ ବ୍ୟକ୍ତିଗତ, ସଂସ୍ଥା ଏବଂ କର୍ପୋରେଟ୍ ସଂଗଠନ ସିଧାସଳଖ ସହାୟତା ପ୍ରଦାନ କରି ପାରିବେ । ଏନ୍‌ଏସ୍‌ଡିଏଫ୍ ପାଣ୍ଠିର ଉପଯୋଗ ଟାର୍ଗେଟ୍ ଅଲମ୍ପିକ୍ ପୋଡିୟମ୍ (ଟପ୍‌) ଯୋଜନା, ପ୍ରଖ୍ୟାତ ଖେଳାଳି ମାନଙ୍କ ଦ୍ୱାରା ଏବଂ ଖେଳ ସଙ୍ଗଠନ ଗୁଡିକ ଦ୍ୱାରା ଭିତିଭୂମି ସଂରଚନାର ବିକାଶ ଇତ୍ୟାଦି ନିମନ୍ତେ କରା ଯାଇଥାଏ । “ଏହି ସମର୍ପିତ ୱେବ୍‌ସାଇଟ୍ ଖେଳାଳି ମାନଙ୍କୁ ତଥା ସିଏସ୍‌ଆର୍ ଯୋଗଦାନକାରୀଙ୍କୁ ମଧ୍ୟ ସହଜ ଏବଂ ସ୍ୱଚ୍ଛ ସୁବିଧା ପ୍ରଦାନ କରିବ । ଏହି ୱେବ୍‌ସାଇଟ୍ ଦେଶରେ କ୍ରୀଡାର ବିକାଶ ନିମନ୍ତେ ଏନ୍‌ଏସ୍‌ଡିଏଫ୍‌କୁ ବଡ ସଫଳତା ଦେବାରେ ଆମକୁ ସହାୟତା କରିବ” ବୋଲି ସେ କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ