ଜିଲ୍ଲାରେ ମାଗଣା ବୁଷ୍ଟର ଡୋଜ୍‌ର ଶୁଭାରମ୍ଭ

ଯାଜପୁର, (ଯୁଗାବ୍ଦ ନ୍ୟୁଜ) :-ସମ୍ପ୍ରତ୍ତି କୋଭିଡ ମହାମାରୀର ପୁନଃ ସଂକ୍ରମଣକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ବିଭାଗ ଜୁଲାଇ ୧୫ ତାରିଖ ଠାରୁ ମାଗଣାରେ କରୋନା ବୁଷ୍ଟର ଡୋଜ୍ ଦେବାର ଅଭିଯାନ ଆରମ୍ଭ କରିଚ୍ଥି । ଏହି ମର୍ମରେ ଶୁକ୍ରବାର ପୂର୍ବାହ୍ନରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଜନସାଧାରଣଙ୍କୁ କୋଭିଡ ବୁଷ୍ଟର ଟୀକା ଦେବାର କାର୍ଯ୍ୟକ୍ରମ ଆରମ୍ଭ ହୋଇଚ୍ଥି । ଭାରପ୍ରାପ୍ତ ଜିଲ୍ଲାପାଳ ଅକ୍ଷୟ କୁମାର ମଲ୍ଲିକ ଊକ୍ତ କାର୍ଯ୍ୟକ୍ରମକୁ ରିବନ କାଟି ଶୁଭାରମ୍ଭ କରିବା ସହିତ ଜିଲ୍ଲାରେ କୋଭିଡ ଦ୍ୱିତୀୟ ଡୋଜ ନେଇସାରିଥିବା ସମସ୍ତ ବ୍ୟକ୍ତି ଯେପରି ଏହାର ସୁଯୋଗ ନେଇ ପାରିବେ ସେଥିପ୍ରତି ଯତ୍ନବାନ ହେବାକୁ ଚିକିତ୍ସାଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ରାଜ୍ୟରେ କୋଭିଡ ସଂକ୍ରମଣ ବଢୁଥିବାରୁ ଜିଲା୍ଳ୍‌ରେ ଏହି ବୁଷ୍ଟର ଡୋଜ ଟୀକାକରଣ ଅଭିଯାନ ଜୁଲାଇ ୧୫ ରୁ ଆରମ୍ଭ ହୋଇ ୭୫ ଦିନ ଯାଏ ଚାଲିବ । ୧୮ ରୁ ୫୯ ବର୍ଷ ବୟଷ୍କ ଲୋକଙ୍କୁ ଏହି ଅଭିଯାନରେ ସାମିଲ କରାଯିବ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ତଥା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ବିରଞ୍ଚି ନାରାୟଣ ବାରିକ ପ୍ରକାଶ କରିଚ୍ଥନ୍ତି । ଟୀକା ନେବା ବେଳେ ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଅନ୍ୟାନ୍ୟ ଟୀକାକରଣ କେନ୍ଦ୍ରରେ କୋଭିଡ କଟକଣା କଡାକଡି ଭାବେ ପାଳନ କରିବାକୁ ଡା. ବାରିକ ବିଭାଗୀୟ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ସମଗ୍ର ଜିଲ୍ଲାରେ ୪୦ ଟି କେନ୍ଦ୍ରରେ ପର୍ଯ୍ୟାୟ କ୍ରମେ ୧୦ ଗୋଟି ବ୍ଳ୍‌କ ଓ ୨ ଗୋଟି ସହରାଞ୍ଚଳରେ ଏହି ବୁଷ୍ଟର ଡୋଜ ଟୀକାକରଣ କାର୍ଯ୍ୟକ୍ରମ ଜାରି ରହିବ । ଜିଲ୍ଲାରେ ମୋଟ ୮୬୬୧୧୯ ଜଣ ବ୍ୟକ୍ତି ବୁଷ୍ଟର ଡୋଜ ଟୀକାକରଣରେ ସାମିଲ ହେବେ । ଏଥି ସହିତ ପ୍ରଥମ ଓ ଦ୍ୱିତୀୟ ଡୋଜ ଟୀକାକରଣ ପ୍ରକ୍ରିୟା ସମାନ୍ତରାଳ ଭାବେ ଚାଲିବ । ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ତଥା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ସୁଧାଂଶୁ ଶେଖର ବଳ, ଡା. ସୁବାଶିଷ ମହାରଣା, ଡା. ଅନୁପ କୁମାର ନାଥଶର୍ମା, ଭାରପ୍ରାପ୍ତ ଜିଲ୍ଳ୍‌ା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସରୋଜ କୁମାର ଶତପଥୀ, ଶୁଭ୍ରଜିତ୍ ପୃଷ୍ଟି, ଶୁଭ ସଂଗୀତା ମଲ୍ଲିକ, ଜ୍ୟୋତ୍ସାରାଣୀ ଦାସ, ଅର୍ଚ୍ଚନା ଜେନା, ସୁଭାସିନୀ ଧଳ ପ୍ରମୁଖ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ