ଆଦର୍ଶ ବିଦ୍ୟାଳୟରେ ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆଇନ ସଚେତନତା ଶିବିର

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :- ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ ଓ ଗଜପତି ଜିଲ୍ଲା ଓ ଦୌରାଜଜ୍ ତଥା ପ୍ରାଧିକରଣ ଅଧ୍ୟକ୍ଷ ସତଯପୀର ମିଶ୍ରଙ୍କ ଉପଦେଶ କ୍ରମେ କାଶୀନଗର ବ୍ଲକ ଅନ୍ତର୍ଗତ ଅଲଡା ଗ୍ରାମ ଠାରେ ଥିବା ଓଡିଶା ଆଦର୍ଶ ବିଦଯାଳୟ ପରିସରରେ “ଶିଶୁ ଓ କିଶୋର ନ୍ୟାୟ ଏବଂ ଶିଶୁ ମାନଙ୍କ ପାଇଁ ବାଧ୍ୟତା ମୁଳକ ଶିକ୍ଷା ଅଧିକାର” ଉପରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି | ପ୍ରାଧିକରଣ ସଚିବ ରବି ନାରାୟଣ ବେହେରା ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ପ୍ରାଧିକରଣ କିପରି ତୃଣମୂଳ ସ୍ଥରରୁକାର୍ଯ୍ୟ କରେ, ଶିଶୁ ଓ କିଶୋର ନ୍ୟାୟ ଆଇନର ଉପକାରିତା ଓ କାର୍ଯ୍ୟକାରିତା ବିଷୟରେ ଆଲୋକପାତ କରିଥିଲେ | କାଶୀନଗର ଥାନା ଅଧିକାରୀ ସୁଶାନ୍ତ ସାହୁ ଯୋଗ ଦେଇ ଶିଶୁମାନଙ୍କ ପ୍ରତି ଥାନାରେ ଓ ପୋଲିସ ମାନେ କିପରି ବ୍ୟବହାର କରିବେ ଓ ବିଭିନ୍ନ ଶିଶୁ ହିତକର ଆଇନ ବିଷୟରେ ଆଲୋକପାତ କରିଥିଲେ | କାଶୀନଗର ବ୍ଲକଶିକ୍ଷାଧିକାରୀ ଆଇନ ଉପରେ ଗୁରୁତ୍ବାରୋପ କରିଥିଲେ | ଶିଶୁ ସୁରକ୍ଷା ଓ ମଙ୍ଗଳ ଅଧିକାରିଣୀଅଳକା ସାହୁ ଯୋଗଦେଇ ଶିଶୁ ମଙ୍ଗଳ ସମିତି କିପରି କାର୍ଯ୍ୟ କରିଥାଏ ସେ ବିଷୟରେ ଉପସ୍ଥିତ ଶିଶୁମାନଙ୍କୁ ବୁଝାଇଥିଲେ | ଓଡିଶା ଆଦର୍ଶ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସନ୍ତୋଷିନି ପାଢୀ ଉପସ୍ଥିତ ରହି ବିଦ୍ୟାଳୟର ବିଭିନ୍ନ ଯୋଜନା ବିଷୟରେ ଆଲୋକପାତ କରିବା ସଙ୍ଗେ ସଙ୍ଗେ ଧନ୍ୟବାଦ ଅର୍ପଣ କରିଥିଲେ | ସମସ୍ତ କାର୍ଯ୍ୟକ୍ରମକୁ ପ୍ରାଧିକରଣର କର୍ମଚାରୀମାନେ ଉପସ୍ଥିତ ରହି ପରିଚାଳନା କରିଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ