ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଜନଶୁଣାଣୀ କାର୍ଯକ୍ରମ

ଯାଜପୁର, (ଯୁଗାବ୍ଦ ନ୍ୟୁଜ) :ମଧୁବନ-ଯାଜପୁର ଜିଲ୍ଳାପାଳ ଓ ଯାଜପୁର ଏସ.ପିଙ୍କ ପକ୍ଷରୁ ରସୁଲପୁର ବ୍ଲକ କାର୍ଯ୍ୟାଳୟ ପରିସରରେ ଯୁଗ୍ମ ଜନଶୁଣାଣୀ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୨୫୭ଟି ବ୍ୟକ୍ତିଗତ ଅଭିଯୋଗ, ୧୪ଟି ରେଡକ୍ରସ ସହାୟତା ଆବେଦନ, ୧୭ଟି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡରୁ ସହାୟତା ଆବେଦନ ଓ ୧୨ଟି ସାମୁହିକ ସ୍ୱାର୍ଥ ସମ୍ବଳିତ ଅଭିଯୋଗ ହୋଇଛି । ମୋଟ ୨୬୯ଟି ଅଭିଯୋଗ ମଧ୍ୟରୁ ତତ୍‌କାଳିନ ୧୪୩ଟି ଅଭିଯୋଗର ଶୁଣାଣୀ କରାଯାଇ ସମାଧାନ କରାଯାଇଛି । ଜିଲ୍ଲାପାଳ ଚକ୍ରବର୍ତୀ ସିଂ ରାଠୋରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ଆରକ୍ଷୀ ଅଧିକ୍ଷକ ରାହୁଲ ପି.ଆର, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଅକ୍ଷୟ କୁମାର ମଲ୍ଲିକ, ପ୍ରକଳ୍ପ ନିର୍ଦ୍ଦେଶକ ଅଶୋକ କୁମାର ବେହୁରିଆ, ଜିଲ୍ଲା ଅଭିଯୋଗ ପ୍ରକୋଷ୍ଠ ଅଧିକାରିଣୀ ତିଳୋତମା ପୃଷ୍ଟି, ରସୁଲପୁର ତହସିଲଦାର ନିରଂଜନ ସାହୁ, ବିଡିଓ ଉମାକାନ୍ତ ପରିଡାଙ୍କ ସହ ଜିଲ୍ଲା ଓ ବ୍ଲକ ପ୍ରଶାସନର ବହୁ ଅଧିକାରୀ ଯୋଗଦେଇଥିଲେ । ଏହି ଜନଶୁଣାଣୀ କାର୍ଯ୍ୟକ୍ରମରେ ଲକ୍ଷ୍ମୀନଗର ପଂଚାୟତ ଭିକିପୁର ମୌଜାର ବହୁ ଅନୁସୂଚୀତ ଜାତି ଓ ଜନଜାତିର ଲୋକମାନେ ଭୂମିହୀନଭାବେ ବାସଘର ନିର୍ମାଣ ସକାଶେ ଜମି ଆବେଦନ କରିବାକୁ ଆସିଥିବାର ଦେଖିବାକୁ ମିଳିଥିଲା । ରସୁଲପୁର ବ୍ଲକ ପ୍ରଶାସନର ସମସ୍ତ କର୍ମଚାରୀ ଯତ୍ୱବାନ ହୋଇ ଆଜିର କାର୍ଯ୍ୟକ୍ରମକୁ ସଫଳତାର ସହ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ